ମୁମ୍ବାଇ: ଅଭିନେତ୍ରୀ ସୁଷ୍ମିତା ସେନ୍ ଗତବର୍ଷ କ୍ରାଇମ ଡ୍ରାମା ସିରିଜ୍ ‘ଆର୍ଯ୍ୟା’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ପରଦାକୁ ଫେରିଥିଲେ । କେତେକ ଅଭିନେତ୍ରୀ ବହୁ ସମୟ ପରେ ଆକଫିଂ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ମଧ୍ୟ ପୂର୍ବ ପରି ଭଲ ରେସପନ୍ସ ସେମାନଙ୍କୁ ମିଳୁନାହିଁ । ହେଲେ ସୁଷ୍ମିତା ଆର୍ଯ୍ୟା େୱବ୍ ସିରିଜ୍ରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତଙ୍କୁ ଚକିତ କରିଥିଲେ । କେବଳ ଦର୍ଶକ ନୁହେଁ ସିନେ ସମୀକ୍ଷକ ମଧ୍ୟ ସୁଷ୍ମିତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ । ଗତ ବର୍ଷ ସୁଷ୍ମିତାଙ୍କ ଏହି ସିରିଜ୍ ଅନେକ ପୁରସ୍କାର ଜିତିଥିଲା ଏବଂ ଏବେ ବି ଏହି ସିରିଜ୍ର ଯାଦୁ ଓଟିଟି ପ୍ଲାଟଫର୍ମରେ ଜାରି ରହିଛି । ତେଣୁ ଦମଦାର କଣ୍ଟେଣ୍ଟ୍ ଯୋଗୁଁ ଆର୍ଯ୍ୟା ସିରିଜ୍ ଚଳିତ ବର୍ଷ ଆଉ ଏକ ବଡ଼ ଉପଲବ୍ଧିତା ହାସଲ କରିଛି । ସିରିଜ୍କୁ ଇଣ୍ଟରନ୍ୟାସନାଲ ଏମି ଆୱାର୍ଡ ୨୦୨୧ରେ ନୋମିନେସନ ମିଳିଛି । ଅନ୍ତର୍ଜାତୀୟ ଏମି ପୁରସ୍କାରର ଅନ୍ତର୍ଜାତୀୟ ଡ୍ରାମା ସିରିଜ୍ରେ ଭାରତ ପକ୍ଷରୁ ଆର୍ଯ୍ୟାକୁ ମନୋନୀତ କରାଯାଇଛି । ସୁଷ୍ମିତା ସେନ୍ ନିଜେ ଏସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହି ଗୁଡ୍ ନୁ୍ୟଜ୍କୁ ପ୍ରଶଂସକଙ୍କ ସହ ସେୟାର କରି ସୁଷ୍ମିତା ପୋଷ୍ଟରେ ଲେଖିଛନ୍ତି, ଭାରତ… ଟିମ୍ ଆର୍ଯ୍ୟାକୁ ଶୁଭେଚ୍ଛା । କେବଳ ସେତିକି ନୁହେଁ ସୁଷ୍ମିତା ଏହାସହ ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି ଏବଂ ବୀର ଦାସଙ୍କୁ ମଧ୍ୟ ସେମାନଙ୍କର ନୋମିନେସନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ନୱାଜୁଦ୍ଦିନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ବୀର ଦାସଙ୍କୁ କମେଡି ସିରିଜ୍ ବୀର ଦାସ: ଫର୍ ଇଣ୍ଡିଆ ପାଇଁ ନୋମିନେଟ୍ ହୋଇଛନ୍ତି । ଆର୍ଯ୍ୟା େୱବ୍ ସିରିଜ୍ରେ ସୁଷ୍ମିତାଙ୍କ ସହ ଚନ୍ଦ୍ରଚୁର ସିଂହ, ସିଙ୍କନ୍ଦର ଖେର, ବିକାଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ସୂଚନା ଅନୁଯାୟୀ, ଏହି େୱବ୍ ସିରିଜ୍ର ଦ୍ୱିତୀୟ ସିଜିନର ସୁଟିଂ ଶେଷ ହୋଇଯାଇଛି । ରିଲିଜ୍ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଏହା ପରଦାକୁ ଆସିବ ବୋଲି ଜଣାପଡ଼ିଛି ।
Comments are closed.