ନୂଆଦିଲ୍ଲୀ : ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ସରଥ କମଲଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ମନିକା ବାତ୍ରାଙ୍କ ପରେ ସରଥ ଦ୍ୱିତୀୟ ଟେବୁଲ ଟେନିସ ଖେଳାଳି ଭାବେ ଏହି ସମ୍ମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗ୍ରହଣ କରିଛନ୍ତି । ଓଡ଼ିଆ ହକି ତାରକା ଦୀପଗ୍ରେସ ଏକାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଛି ।
ସେହିଭଳି ଆଥଲେଟ୍ ସୀମା ପୁନିଆଙ୍କ ସମେତ ଆଲଡୋସ ପଲ, ଅବିିନାଶ ମୁକୁନ୍ଦ ସାବଲେ, ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଓ ଏଚ୍ଏସ୍ ପ୍ରଣୟ, ବକ୍ସର ଅମିତ ଓ ନିଖତ ଜରିନ, ଚେସ ଖେଳାଳି ଭକ୍ତି ପ୍ରଦୀପ କୁଲକର୍ଣ୍ଣି, ଆର ପ୍ରଜ୍ଞା ନନ୍ଦ, ଖେଳାଳି ତଥା ଓଡ଼ିଆ ଝିଅ ଦୀପ୍ଗ୍ରେସ ଏକା, ଜୁଡୋ ଖେଳାଳି ସୁଶିଲା ଦେବୀ, କବାଡ଼ି ତାରକା ସାଖୀ କୁମାରୀ, ଲନ୍ ବଲ ଖେଳାଳି ନୟନ ମୋନି ସାଇକିଆ, ମାଲଖମ୍ବ ଖେଳାଳି ସାଗର କୈଳାସ, ସୁଟର ଏଲଭେନିଲ ଭାଲାରିଭାନ ଏବଂ ଓମପ୍ରକାଶ ମିଥାରବାଲ, ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା, ଭାରୋତ୍ତୋଳକ ବିକାଶ ଠାକୁର, କୁସ୍ତି ଯୋଦ୍ଧା ଅଂଶୁ ଓ ସରିତା, ଉସୁ ଖେଳାଳି ପର୍ବିନ, ପାରା ବ୍ୟାଡ୍ମିଣ୍ଟନ ଖେଳାଳି ମାନସୀ ଯୋଶୀ, ତରୁଣ ଧିଲନ, ସ୍ୱପ୍ନିଳ ସଞ୍ଜୟ ପାଟିଲ ଓ ଜେରଲିନ ଅଙ୍କିତା ଅର୍ଜୁନ ଆୱାର୍ଡ଼ରେ ସମ୍ମାନିତ ହୋଇଛନ୍ତି । ଜୀବନ ଜ୍ୟୋତ ସିଂ ତେଜା, ମହମ୍ମଦ ଅଲ୍ଲୀ ତୋମାର, ସୁମା ସିଦ୍ଧାର୍ଥ ସିରୁଲ ଓ ସୁଜିତ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।
Comments are closed.