ବିବାଦୀୟ ଟ୍ୱିଟ ପାଇଁ ଅଭିନେତା କମାଲ ଖାନ୍ ଗିରଫ

ମୁମ୍ବାଇ : ବଲିଉଡ ଅଭିନେତା,ନିର୍ମାତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ (KRK) ଗିରଫ । ୨୦୨୦ ମସିହାରେ ତାଙ୍କର ଏକ ବିବାଦୀୟ ପାଇଁ ମୁମ୍ବାଇ ର ମଲାଡ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ କମଲ ରସିଦ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଓଲ୍ହାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବୋରିଭାଲୀ କୋର୍ଟ ତାଙ୍କୁ ୧୪ ଦିନ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେଉଁ ବିବାଦୀୟ ଟ୍ୱିଟ୍ କୁ ନେଇ କମଲଙ୍କ ଗିରଫ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ I ତାଙ୍କ ଗିରଫଦାରୀ ପଛରେ କରଣ ଜୋହରଙ୍କ ହାତ ରହିଛି ବୋଲି ସୋସିଆଲ ପ୍ରକାଶ ପାଇଛି । ବିବାଦରେ ଥିବା KRK ବିରୋଧରେ ମଲାଡ ପୋଲିସ ନିକଟରେ ହୋଇଥିଲା ଅଭିଯୋଗ ।ତେବେ କେଆରକେ ଏହା ପ୍ରଥମ ଟ୍ୱିଟ ନୁହେଁ,ପୂର୍ବରୁ ମଧ୍ୟ ଏହିଭଳି ଭାବରେ ବିବାଦୀୟ ଟ୍ୱିଟ ପାଇଁ ସେ ଚର୍ଚାରେ ରହିଥିଲେ I ଖୋଲାଖୋଲି ଭାବେ ସୋଶାଲ ମିଡିଆରେ ବଡ ବଡ ସେଲେବ୍ରିଟିକୁ ସେ ଟାର୍ଗେଟ୍‌ କରନ୍ତି । ବଲିଉଡ ଅଭିନେତା ସଲମାନ ଖାନ୍‌ ତାଙ୍କ ବିରୋଧରେ ମାନମାନୀ ମାମଲ ରୁଜୁ କରିଥିଲେ । ବିଶେଷ କରି ସେ ଫିଲ୍ମ ରିଭ୍ୟୁ କରି ବିବାଦୀୟ ମନ୍ତବ୍ୟ ଦିଅନ୍ତି।

ସୋସିଆଲ ମିଡ଼ିଆ ୟୁଜର୍ସ ଙ୍କ ମନ୍ତବ୍ୟ ଅନୁସାରେ କରଣ ଜୋହର ଙ୍କ ଫିଲ୍ମ ୩୦୦ କୋଟି ଟଙ୍କାର ଫିଲ୍ମ ‘ବ୍ରହ୍ମାସ୍ତ୍ର’ସମ୍ପର୍କରେ ୨୦୨୦ ମସିହାରେ କରିଥିବା ଟ୍ୱିଟ ପାଇଁ ତାଙ୍କୁ ଗିରଫ କରାଯାଇଛି I କମାଲ ଖାନ ହିନ୍ଦୀ ଏବଂ ଭୋଜପୁରୀ ଫିଲ୍ମରେ କାମ କରିସାରିଛନ୍ତି। ସବୁବେଳେ ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ମଧ୍ୟ ଦିଅନ୍ତି। କିଛି ଫିଲ୍ମ କମାଲ ଖାନ ପ୍ରଯୋଜନା ମଧ୍ୟ କରିଛନ୍ତି।

Comments are closed.