ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା

‘ଲିପଷ୍ଟିକ୍‌ ଅଣ୍ଡର୍‌ ମାଇଁ ବୁର୍ଖା’ ଅଭିନେତ୍ରୀ ଆହନା କୁମରା ନିଜ କ୍ୟାରିଅରରେ ବହୁତ ସଂଘର୍ଷ କରିଛନ୍ତି । ଟେଲିଭିଜନ ଶୋରୁ ଆରମ୍ଭ କରି ଶର୍ଟ ଫିଚର ଫିଲ୍ମ, େୱବ୍‌ସିରିଜ୍‌ରେ କାମ କରିବା ପରେ ଶେଷରେ ବଲିଉଡ୍‌ ଫିଲ୍ମରେ ପ୍ରବେଶ କରି ନିଜ ଅଭିନୟର ଦକ୍ଷତା ପ୍ରମାଣିତ କରିଥିଲେ । ଦୀର୍ଘ ବର୍ଷ ଧରି ବି-ଟାଉନରେ କଠିନ ପରିଶ୍ରମ କରିବା ପରେ ତାଙ୍କୁ ମିଳିଛି ପରିଚୟ ।
 ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା
ଆଉ ଶେଷରେ ନିଜ ସ୍ୱପ୍ନ୍ୱ ପୂରଣ କରିଛନ୍ତି । ମାୟାନଗରୀ ମୁମ୍ବାଇରେ କିଣିଛନ୍ତି ତାଙ୍କ ସ୍ୱପ୍ନର ପ୍ରଥମ ଘର । ହେଲେ ଏଥିପାଇଁ ନିଜ ଜୀବନଶୈଳୀରେ ବହୁତ କିଛି ଆଡଜଷ୍ଟ କରିଥିବା କହିଛନ୍ତି ଆହନା । ସ୍ୱପ୍ନର ଘର ନିର୍ମାଣ କରିବା ପାଇଁ ଅଭିନେତ୍ରୀ ନିଜ ଜୀବନରେ ବହୁ କିଛି ଜିନିଷକୁ ଛାଡ଼ିଛନ୍ତି ।

 ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା
ଏପରିକି ଗତ ୬ବର୍ଷ ଧରି ବିଭିନ୍ନ ଘର ସାଜସଜ୍ଜା ସାମଗ୍ରୀ କିଣିବାରେ ଲାଗିଥିବା ଏକ ଇଣ୍ଟରଭୁ୍ୟରେ କହିଛନ୍ତି । ବଳିଷ୍ଠ ଅଭିନୟ ଦ୍ୱାରା ସମସ୍ତଙ୍କ ମନଜିଣିଥିବା ଅଭିନେତ୍ରୀ ଆହନା ୨୦୧୩ରେ ଟେଲିଭିଜନ ସିରିୟଲ୍‌ ୟୁଦ୍ଧରେ ଅମିତାଭ ବଚ୍ଚନଙ୍କ ସହ ନିଜର ଆକଫି ଡେବୁ୍ୟ କରିଥିଲେ । ଏହାପରେ ୨୦୧୫ରେ ଶରଦ କେଲକର୍‌ଙ୍କ ସହ ଆଉ ଏକ କ୍ରାଇମ ଥ୍ରୀଲର ଶୋ ‘ଏଜେଣ୍ଟ ରାଘବ-କ୍ରାଇମ୍‌ ବ୍ରାଞ୍ଚ୍‌’ରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ । ହେଲେ ସେହି ବର୍ଷ କ୍ଷୁଦ୍ର ଚଳଚ୍ଚିତ୍ର ‘ସିବେରିଆ’ ପାଇଁ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

 ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା
ଦୀର୍ଘ ବର୍ଷ ଧରି ଟେଲିଭିଜନ ଶୋ, କିଛି ଶର୍ଟ ଫିଲ୍ମରେ କାମ କରିଥିଲେ ମଧ୍ୟ ବ୍ଲାକ୍‌ କମେଡି ଫିଲ୍ମ ‘ଲିପଷ୍ଟିକ୍‌ ଅଣ୍ଡର୍‌ ମାଇଁ ବୁର୍ଖା’ର ଲିଲା ଚରିତ୍ର ତାଙ୍କୁ ରାତାରାତି ଷ୍ଟାର କରାଇଥିଲେ । ଏଥିରେ ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ଏହାସହ ‘ଦ ଆସିଡେଣ୍ଟାଲ୍‌ ପ୍ରାଇମ ମିନିଷ୍ଟର’ ଫିଲ୍ମରେ ପ୍ରିୟଙ୍କା ଗାନ୍ଧୀ ଭୂମିକାରେ ତାଙ୍କର ପରିପକ୍ୱ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

 ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା
କେବଳ ସେତିକି ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ବେତାଲ୍‌, ଇନସାଇଡ୍‌ ଏଜ୍‌, ଫରବିଡେନ୍‌ ଲଭ୍‌ ପରି କେତେକ ଲୋକପ୍ରିୟ େୱବସିରିଜ୍‌ରେ ମଧ୍ୟ କାମ କରିବାର ସୁଯୋଗ ପାଇଛନ୍ତି । ନିକଟରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା େୱବ୍‌ ସିରିଜ୍‌ କଲ୍‌ ମାଇଁ ଏଜେଣ୍ଟ୍‌ରେ ନଜର ଆସିଛନ୍ତି ।

Har Ghar Tiranga