ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ I ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଘନିଷ୍ଠ ଥିଲେ ଜ୍ୟାକଲିନ I ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ କରିଛି। ଇଡି ଆଜି ଦିଲ୍ଲୀ କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ରେ ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧ ରେ ଦାଖଲ କରାଯାଇଛି I ଏହି ମାମଲାରେ ସମାନ ଭାବରେ ଜ୍ୟାକଲିନଙ୍କୁ ମଧ୍ୟ ଅଭିଯୁକ୍ତ କରାଯଇଛି । ନିକଟରେ ଇଡି ଦ୍ୱାରା ଜ୍ୟାକଲିନଙ୍କ ୭ କୋଟି ୧୨ ଲକ୍ଷ ଟଙ୍କା ର ଏଫଡି ଜବତ କରାଯାଇଥିଲା I ଘଟଣାରୁ ପ୍ରକାଶ ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଙ୍କ ସମ୍ପର୍କୀୟ ଙ୍କୁ ଏହି ଟଙ୍କା ହସ୍ତାନ୍ତର କରି ଥିଲେ I ଯେତେବେଳେ କି ଜ୍ୟାକଲିନ ସୁକେଶ ଙ୍କ କଳା କାର୍ନାମା ବିଷୟରେ ଜାଣି ମଧ୍ୟ ଏହି ଅର୍ଥ ହେରଫେର ମାମଲାରେ ତାଙ୍କୁ ସହଯୋଗ କରୁଥିଲେ I
ସୂଚନାନୁସାରେ ଇଡି ଏକ ବିବୃତ୍ତିରେ କହିଛନ୍ତି କି ସୁକେଶ ଚନ୍ଦ୍ରଶେଖର ନିଜ ଠକେଇ ଅର୍ଥରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୫ .୭୧ କୋଟି ଟଙ୍କା ଉପହାର ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖର ତାଙ୍କର ଜଣେ ସହଯୋଗୀଙ୍କ ମାଧ୍ୟମରେ ଏହି ଉପହାର ପଠାଇଥିଲେ I ଏହି ମାମଲାରେ ପିଙ୍କି ଇରାନୀ ମଧ୍ୟ ଇଡି ନଜର ରେ ରହିଛନ୍ତି I ଆନ୍ତର୍ଜାତୀୟ ହୱାଲା ଅପରେଟର ଅବତାର ସିଂ କୋଚରଙ୍କ ମାଧ୍ୟମରେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରିବାର ସଦସ୍ୟଙ୍କୁ ୧ ,୭୨ ,୯୧୩ ଡଲାର ଏବଂ AUD ୨ ,୬ ୭ ,୪୦ ଡଲାର ଦେଇ ଥିବା ଇଡି ତଦନ୍ତ ରୁ ଜାଣିବାକୁ ପାଇଛି I ଏହା ସହିତ ସୁକେଶ ଚନ୍ଦ୍ରଶେଖର ଏକ ୱେବ୍ସ ସିରିଜ ର ସ୍କ୍ରିପ୍ଟ ଲେଖିବା ପାଇଁ ୧୫ ଲକ୍ଷ ଟଙ୍କା ଜ୍ୟାକଲିନ କୁ ଦେଇଥିବା କଥା ଇଡି ଜାଣିବାକୁ ପାଇଛି ଇ ତେବେ ଏହି ସବୁ ଅଭିଯୋଗ କୁ ଅଭିନେତ୍ରୀ ଜ୍ୟାକଲିନ ଇଡ଼ି କୋର୍ଟ ରେ ସ୍ୱୀକାର କରିଛନ୍ତି I
Comments are closed.