ମୁମ୍ବାଇ: ଜୁନ ୧୧: ଅଭିନେତ୍ରୀ ପ୍ରନିତା ସୁଭାଷଙ୍କ ପରିବାରକୁ ଆସିଲେ ନହ୍ନୀପରୀ । ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ସନ୍ତାନର ଫାଷ୍ଟ ଲୁକ୍ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ଲାଗି ସେୟାର କରିଛନ୍ତି । ତାଙ୍କର ନବଜାତ ଶିଶୁ କନ୍ୟାକୁ କୋଳରେ ଧରିଥିବାର ଏକ ଚିତ୍ର ସେୟାର କରି ପ୍ରନୀତା ସୁଭାଷ ଲେଖିଛନ୍ତି, ଗତ କିଛି ଦିନ ହେବ ଅବାସ୍ତବ ଥିଲା ମୋ ପାଇଁ । ପ୍ରନୀତା ସୁଭାଷଙ୍କ ପ୍ରସବ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ହୋଇଥିଲା । ତାଙ୍କ ଇନଷ୍ଟା ପୋଷ୍ଟରେ ସେ ଡାକ୍ତରଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, ମୁଁ ବହୁତ ଭାଗ୍ୟବାନ ଯେ ମୋ ମା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । କି;ୁ ଏହା ମଧ୍ୟ ତାଙ୍କ ପାଇଁ ଭାବପ୍ରବଣତାର ଅତ୍ୟନ୍ତ କଷ୍ଟକର ସମୟ ଥିଲା । ଖୁସିର କଥା ଆମ ସହିତ ଡଃ ସୁନୀଲ ଏସୱାର ଏବଂ ତାଙ୍କ ଦଳ ଥିଲେ, ଯେଉଁମାନେ ଏହି ପ୍ରସବକୁ ଏତେ ସୁଗମ କରିଥିଲେ ।
Comments are closed.