କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ମିଳିବ କ୍ଷତିପୂରଣ – ରାଜସ୍ବମନ୍ତ୍ରୀ

0

ଭୁବନେଶ୍ୱର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ କ୍ଷୟକ୍ଷତି ହୁଏ, ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତ୍ବରିତ ମିଳିବ କ୍ଷତିପୂରଣ । ଚଳିତ ବର୍ଷ ସଅଳ ଆସିଲା ମୌସୁମୀ। ସେହିପରି ଲଘୁଚାପ ଯୋଗୁଁ ଅଦିନିଆ ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କର ହୋଇଛି ବଡ଼ କ୍ଷତି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ସମ୍ବଲପୁରରୁ ଯୋଡ଼ି ହୋଇଥିଲେ ରାଜସ୍ବ ମନ୍ତ୍ରୀ। ବୈଠକରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଲଘୁଚାପର ଅବସ୍ଥା ଓ ଆଗାମୀ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।

ମେ’ ୨୭ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷାରେ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Leave A Reply

Your email address will not be published.