ଆଫଗାନିସ୍ଥାନରେ ପାକ୍‌ ବିରୋଧୀ ରାଲି : ଗୁଳିଚାଳନା କଲା ତାଲିବାନ

କାବୁଲ: ସେପ୍‌ଟେମ୍ବର ୭: ତାଲିବାନ ପୁଣି ଥରେ ଆଫଗାନିସ୍ଥାନ ନାଗରିକଙ୍କ ଉପରେ କùରତା ପ୍ରଦର୍ଶନ କରିଛି । ପଞ୍ଜଶିରରେ ପାକିସ୍ତାନ ଡ୍ରୋନ୍‌ ଓ ବୋମା ମାଡ଼ କରିଥିବା ଘଟଣାକୁ ନେଇ ବିରେଧ କରୁଥିବା ଆଫଗାନ ନାଗରିକଙ୍କ ଉପରେ ତାଲିବାନ ଗୁଳିଚାଳନା କରିଛି ।
ସୂଚନା ଅନୁସାରେ, ଆଜି ଆଫଗାନିସ୍ଥାନର ଅଲଗା ଅଲଗା ସ୍ଥାନରେ ପାକ୍‌ ବିରୋଧୀ ରାଲି ହୋଇଛି । କାବୁଲ ରାଷ୍ଟ୍ରପତି ପ୍ୟାଲେସ୍‌ ପାଖରେ ଚାଲୁଥିବା ବଡ଼ ଧରଣର ରାଲି ଉପରକୁ ତଲିବାନ ଯୋଦ୍ଧାମାନେ ଗୁଳିଚାଳନା କରିଛନ୍ତି । ରାଷ୍ଟ୍ରପତି ପ୍ୟାଲେସ୍‌ ନିକଟରେ ସେରେନା ହୋଟେଲ ରହିଛି । ସେଠାରେ ଆଇଏସ୍‌ଆଇ ମୁଖ୍ୟ ଅଧିକାରୀ ଫୈଜ ହେମିଦ୍‌ ଏକ ସପ୍ତାହ ହେଲା ରହିଥିବା ଖବର ପାଇବା ପରେ ଏକ ବଡ଼ ଧରଣର ରାଲି ସେଠାରେ ଅନୁଷ୍ଠିତ ହୋଇଥିଲା । ରାଲିରେ ପାକିସ୍ତାନ ମୁର୍ଦ୍ଦାବାଦ୍‌ ନାରା ସହିତ ଆଇଏସ୍‌ଆଇ ମୁଖ୍ୟ ଫୈଜ ନିଜ ଦେଶ ଫେରନ୍ତୁ ବୋଲି ନାରା ଲଗାଯାଇଛି । ରାଲିରେ ଅଧିକାଂଶ ମହିଳାମାନେ ରହିଥିଲେ । ତେବେ ଦୁଇ ଦିନ ହେବ ଆଫ୍‌ଗାନରେ ପାକ୍‌ ବିରୋଧୀ ରାଲି ଚାଲିଆସୁଛି । ଏହି ରାଲି କେବଳ ଆଫଗାନିସ୍ଥାନରେ ନୁହେଁ ବରଂ ୱାସିଙ୍ଗଟନରେ ମଧ୍ୟ ଚାଲିଛି । ସେଠାରେ ରହୁଥିବା ଆଫ୍‌ଗାନମାନେ ହ୍ୱାଇଟ ହାଉସ୍‌ ପାଖରେ ରାଲି ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେଠାରେ ରାଲି ଚାଲିଛି ।
ସୂଚନା ଥାଉଯେ, ଦୁଇ ଦିନ ତଳେ ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଦ୍ୱାରା ଅହମଦ୍‌ ମାସୁଦଥ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରକୁ ଡ୍ରୋନ୍‌ ଓ ସ୍ମାର୍ଟ ବୋମା ମାଡ଼ କରାଯାଇଥିଲା । ଏଥିରେ ଅର୍ଦ୍ଦନ ଆଲାଏନ୍ସର କେତେକ ବରିଷ୍ଠ ଅଧିକାରୀଙ୍କ ମୃତୁ୍ୟ ହୋଇଥିଲା ।

Comments are closed.