ଟ୍ୱିଟର, ମେଟା ପରେ ଆମାଜନ ରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ : ବର୍ତ୍ତମାନ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଗୁଡିକରେ ଚାଲିଛି କର୍ମଚାରୀ ଛଟେଇ I ବିଶ୍ୱରେ ମାନ୍ଦାବସ୍ଥା ତଥା ଆର୍ଥିକ ସଙ୍କଟ ଘନୀଭୂତ ହେବା କାରଣରୁ ବହୁ ବଡ଼ ବଡ଼ କଂପାନି ଗୁଡିକ କର୍ମଚାରୀ ଛଟେଇ କରିବା ଭଳି କଠୋର ନିଷ୍ପତ୍ତି ନେଉଛନ୍ତି। କର୍ମଚାରୀଙ୍କୁ ଛଟେଇ କରୁଥିବା ସଂସ୍ଥାର ତାଲିକାରେ ଟ୍ବିଟର ଓ ମେଟା ପରେ ଏବେ ଆମାଜନ ‌ନାମ ଯୋଡ଼ି ହୋଇଛି । ଏହି ଇ-କମର୍ସ କମ୍ପାନୀ ଆମାଜନ ନିଜ କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଦେବା ଆରମ୍ଭ କରିଛି । ଗୋଲାପୀ ସ୍ଲିପ୍ସ ଦେବା ଅର୍ଥ ଚାକିରିରୁ ବରଖାସ୍ତ ହେବା । କଂପାନିର ରୋବୋଟିକ୍‌ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀଙ୍କୁ ବିଦା କରାଯାଇଥିବା କରାଯାଉଛି। ଏହି ପ୍ରକଳ୍ପରେ ୩,୭୬୬ କର୍ମଚାରୀ କାର୍ଯ୍ୟ କରୁଥିଲେ। କିନ୍ତୁ ଆମାଜନ୍ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇନାହିଁ। ଯେଉଁ ପ୍ରକଳ୍ପରୁ ଲାଭ ମିଳୁନି ସେଗୁଡ଼ିକରୁ କର୍ମଚାରୀଙ୍କୁ ଛଟେଇ କରିବା ଲାଗି ଆମାଜନ ବିଚାର କରୁଥିବା ଜଣାପଡ଼ିଛି। ଗତ ସପ୍ତାହରେ କମ୍ପାନୀ ଏହାର ଉଚ୍ଚ କାର୍ଯ୍ୟନିର୍ବାହୀମାନଙ୍କୁ ପଠାଯାଇଥିବା ଆଭ୍ୟନ୍ତରୀଣ ଯୋଗାଯୋଗରେ କହିଥିଲା କି, ନିଯୁକ୍ତି ବନ୍ଦ ହୋଇଛି ।

ନିକଟରେ ଏଲୋନ ମସ୍କଙ୍କ ନୂଆ କମ୍ପାନୀ ଟ୍ୱିଟର ରେ ବ୍ୟାପକ କର୍ମଚାରୀ ଛଟେଇ ହେଉଛି I ଟ୍ୱିଟରରୁ ଯେଉଁ କର୍ମଚାରୀଙ୍କୁ ବାହାର କରାଯାଇଛି ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । କିନ୍ତୁ ଯେଉଁମାନେ ଏବେ ବି କମ୍ପାନୀରେ ଅଛନ୍ତି ସେମାନଙ୍କ ଉପରେ ପ୍ରତିଦିନ ନୂଆ ଚାପ ପଡୁଛି । ନୂଆ ମାଲିକ ଏଲନ ମସ୍କ ତାଙ୍କ ପାଇଁ ନୂଆ ନୂଆ ନିୟମ ବାହାର କରୁଛନ୍ତି I ଏଲନ ମସ୍କ ଟ୍ୱିଟରର ମଙ୍ଗ ଧରିବା ପରେ କମ୍ପାନୀରେ କର୍ମଚାରୀଙ୍କୁ ସମ୍ବୋଧିତ କରିଥିଲେ । ସେତେବେଳେ ସେ କହିଥିଲେ କି ‘ଯଦି ଆପଣ ଅଫିସ ଆସିବାକୁ ଚାହୁଁନାହାଁନ୍ତି ତେବେ ଜାଣନ୍ତୁ ଆପଣଙ୍କ ଇସ୍ତଫା ସ୍ୱୀକାର କରିନିଆଯାଇଛି ।’

ଏଲନ ମସ୍କ ୪୪ ଅରବ ଡଲାରରେ କମ୍ପାନୀକୁ କିଣିବା ପରେ ଟ୍ୱିଟରର କର୍ମଚାରୀଙ୍କୁ ନିଜ ପ୍ରଥମ ସମ୍ବୋଧନରେ କହିଥିଲେ କି ଯଦି ଖୁବ୍ ଶୀଘ୍ର ରେଭିନ୍ୟୁ ଆସିବା ଆରମ୍ଭ ହେବନି ତେବେ କମ୍ପାନୀ ଦେବାଳିଆ ହୋଇପାରେ । ଏଲନ ମସ୍କ ସର୍ବପ୍ରଥମେ ଟପ୍ ମ୍ୟାନେଜମେଣ୍ଟରେ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ଅଧିକାରୀଙ୍କୁ ବିଦା କରିଦେଇଥିଲେ । ଏହା ପରେ କମ୍ପାନୀରୁ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି ।

ସେହିଭଳି ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ ଜୀବିକା ନିର୍ବାହ କରୁଛନ୍ତି । ଚଳିତ ବର୍ଷ ମେଟାର ୭୩ ପ୍ରତିଶତ ପର୍ଯ୍ୟନ୍ତ ସେୟାର ହ୍ରାସ ପାଇଛି । କମ୍ପାନୀର ସେୟାର ୨୦୧୬ ଠାରୁ ମଧ୍ୟ ନିମ୍ନସ୍ତରକୁ ଖସିଯାଇଛି । ଏସଏଡିପି ୫୦୦ ଇଣ୍ଡେକ୍ସର ଖରାପ ପ୍ରଦର୍ଶନ କରୁଥିବା ତାଲିକାରେ ସାମିଲ ହୋଇଛି । ମେଟାର ସେୟାର ଭାଲ୍ୟୁ ଚଳିତ ବର୍ଷ ପ୍ରାୟ ୬୭ ଆରବ ଡଲାରରୁ କମ୍ ହୋଇଛି । ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକା ଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି ।
ଟ୍ୱିଟର, ମେଟା ପରେ ଆମାଜନ ରେ ଛଟେଇ ଆରମ୍ଭ

ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟରେ ଗତି କରୁଛି । ଗ୍ଲୋବାଲ ଇକୋନୋମିକ୍ ଗ୍ରୋଥ୍, ସୋସିଆଲ ମିଡିଆରେ ପ୍ରତିଯୋଗୀତା, ଆପଲ୍ ର ପ୍ରାଇଭେଟ୍ ନୀତିରେ ପରିବର୍ତ୍ତନ, ମେଟାବୋର୍ସରେ ମାତ୍ରାଧିକ ଖର୍ଚ୍ଚ ପାଇଁ କମ୍ପାନୀରେ ଆର୍ଥିକ ସମସ୍ୟା ଦେଖାଦେଇଛି । ତେଣୁ ମେଟା କଷ୍ଟ୍ କଟିଂ ନୀତି ଆପଣାଇବାକୁ ଯାଉଥିବା କୁହାଯାଉଛି I ମେଟାରେ କର୍ମଚାରୀଙ୍କୁ ଛଟେଇ ହେବା ନେଇ ଏଯାଏଁ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୂଚନା ଅନୁଯାୟୀ, ହଜାରେରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି ।

Comments are closed.