ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା

ନୂଆଦିଲ୍ଲୀ: ମାର୍ଚ୍ଚ୧୬: କୋଭିଡ-୧୯ ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ଏୟାର ଟ୍ରାଫିକ ଏବେ ସ୍ୱଭାବିକ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଦେଶର ବିମାନକ୍ଷେତ୍ର ମହାମାରୀ ପୂର୍ବ ସ୍ଥିତିକୁ ଏବେ ଫେରିଆସିଛି। ସିନ୍ଧିଆ କହିଛନ୍ତି ଯେ କୋଭିଡ-୧୯ ପୂର୍ବରୁ ଦେଶରେ ଦୈନିକ ଯାତ୍ରୀଙ୍କ ଅଧିକତମ ସଂଖ୍ୟା ୪ ଲକ୍ଷ ପାଖାପାଖି ଥିଲା। ତେବେ ଗତ ଡିସେମ୍ବର ସୁଦ୍ଧା ଆମେ ୩.୮୩ ଲକ୍ଷ ପର୍ଯ୍ୟନ୍ତ ଆମେ ପହଞ୍ଚି ପାରିଥିଲୁ।ସିନ୍ଧିଆ କହିଛନ୍ତି ଯେ ଆମେ ଏବେ ରିକୋଭରି ରାସ୍ତାକୁ ଫେରିଛୁ। ଏବେ ମହାମାରୀ ପୂର୍ବସ୍ତରରୁ ମାତ୍ର ୫ରୁ ୬ ପ୍ରତିଶତ ପଛରେ ରହିଛୁ। କୋଭିଡ-୧୯ କାରଣରୁ ଏହି କ୍ଷେତ୍ର ସମ୍ମୁଖୀନ ହୋଇଥିବା ଜଟିଳତା ସମ୍ପର୍କରେ ଉଲ୍ଲେଖ କରି ସିନ୍ଧିଆ କହିଛନ୍ତି ଯେ କ୍ଷେତ୍ର ଆର୍ଥି ମାମଲାରେ ଗୁରୁତର ପ୍ରଭାବିତ ହୋଇଥିଲା। ଏଥିରେ ତୃତୀୟ ଲହର ବେଳକୁ ଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୧.୬୦ ଲକ୍ଷ କୁ ଖସି ଆସିଥିଲା। ତେବେ ମାର୍ଚ୍ଚ ୧୩ ତାରିଖରେ ଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୩.୮୩ ଲକ୍ଷରେ ପହଞ୍ଚି ସାରିଥିବାରୁ ସଦନକୁ ସୂଚିତ କରିବାରେ ଖୁସି ଅନୁଭବ ହେଉଥିବା ସିନ୍ଧିଆ କହିଛନ୍ତି।

Comments are closed.