ଏୟାର୍‌ ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ ପାଇଲେ ‘ଅତି ବିଶିଷ୍ଟ’ ସମ୍ମାନ

ଭୁବେଶ୍ୱର: ନଭେମ୍ବର ୨୨: ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ପ୍ରତିରକ୍ଷା ବିନିଯୋଗ ସମାରୋହରେ ଜଣେ ଓଡ଼ିଆ ବାୟୁସେନା ଅଧିକାରୀ ସମ୍ମାନିତ ହୋଇଛନ୍ତି । ସେ ହେଲେ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ‘ଅତି ବିଶିଷ୍ଟ’ ସେବା ମେଡାଲରେ ସମ୍ମାନିତ କରିଛନ୍ତି । ନିକଟରେ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ କମାଣ୍ଡର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।
ଏୟାର୍‌ ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ ପାଇଲେ ‘ଅତି ବିଶିଷ୍ଟ’ ସମ୍ମାନ

ଭୁବନେଶ୍ୱରରେ ଦିଲ୍ଲୀପଙ୍କ ଘର ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ନିଜ ଶିକ୍ଷା ଶେଷ କରିଛନ୍ତି । ନିଜର ଉଚ୍ଚମାନର କର୍ତ୍ତବ୍ୟ ସମ୍ପାଦନ ପାଇଁ ସେ ବାୟୁସେନା ମେଡାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀପ କୁମାର ପଟ୍ଟନାୟକ ୧୯୮୪ରେ ବାୟୁସେନାରେ ଯୋଗଦେଇଥିଲେ । ସେହି ମେଡାଲ ୧୯୯୯ କାରଗିଲ ଅପରେସନ ବେଳେ ତାଙ୍କର ସାହସିକତା ପାଇଁ ଏହି ସମ୍ମାନ ମିଳିଥିଲା । ଅପରେସନ ରକ୍ଷକ ବେଳେ ସେ ବିପଦପୂର୍ଣ୍ଣ ସ୍ଥାନରେ ୨୭ ଥର ବିମାନ ଉଡ଼ାଇଥିଲେ । ଏହାସହ ଟାଇଗର ହିଲ୍‌ ଉପରେ ସେ ପ୍ରଥମ ଲେଜର ଗାଇଡେଡ୍‌ ବୋମା ପକାଇଥିଲେ । ମିରେଜ୍‌ ଓ ମିଗ୍‌ ପରି ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଚଳାଇବାରେ ସେ ଅଭିଜ୍ଞ ।

Comments are closed.