ମୁମ୍ବାଇ: ସେପ୍ଟେମ୍ବର ୮: ଆରପାରିରେ ବଲିଉଡ୍ ଅଭିନେତା ଅକ୍ଷୟକୁମାରଙ୍କ ମାଆ ଅରୁଣା ଭାଟିଆ । ଅନେକ ଦିନ ଧରି ରୋଗରେ ପଡିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅକ୍ଷୟ ତାଙ୍କର ମନର ଦୁଖକୁ ଜାହିର କରିଛନ୍ତି । ମାଙ୍କ ମୃତୁ୍ୟରେ ଭାଙ୍ଗିପଡିଛନ୍ତି ଅଭିନେତା । ଏହି କଷ୍ଟ ତାଙ୍କୁ ଅସହନୀୟ ଲାଗୁଛି ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।
She was my core. And today I feel an unbearable pain at the very core of my existence. My maa Smt Aruna Bhatia peacefully left this world today morning and got reunited with my dad in the other world. I respect your prayers as I and my family go through this period. Om Shanti 🙏🏻
— Akshay Kumar (@akshaykumar) September 8, 2021
ଅକ୍ଷୟଙ୍କ ଫ୍ୟାନଙ୍କ ସହିତ ଅନେକ ବଲିଉଡ୍ ସେଲିବ୍ରେଟି ଏହି ଖବରରେ ଦୁଖ ପ୍ରକାଶ କରିଛନ୍ତି । ସେ ତାଙ୍କ ମାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଅକ୍ଷୟଙ୍କୁ ଧର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେଇଛନ୍ତି । ନିଜ ମାଙ୍କର ବେଶ୍ ନିକଟତର ଥିଲେ ଅକ୍ଷୟ, ସୋସିଆଲ ମିଡିଆରେ ମଧ୍ୟ ସେ ନିଜ ମାଙ୍କ ଫଟୋ ସର୍ବଦା ସେୟାର କରନ୍ତି । ତେବେ ଅରୁଣାଙ୍କ ଦେହ ଅନେକ ଦିନ ଧରି ଭଲ ନଥିବା ବେଳେ ସେ ହସପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ନିଜ ସୁଟିଂ ଅଧାରେ ରୋକି ଲଣ୍ଡନରୁ ଭାରତ ଫେରିଥିଲେ ।
ସେଲିବ୍ରେଟି ଏହି ଖବରରେ ଦୁଖ ପ୍ରକାଶ କରିଛନ୍ତି । ସେ ତାଙ୍କ ମାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଅକ୍ଷୟଙ୍କୁ ଧର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେଇଛନ୍ତି । ନିଜ ମାଙ୍କର ବେଶ୍ ନିକଟତର ଥିଲେ ଅକ୍ଷୟ, ସୋସିଆଲ ମିଡିଆରେ ମଧ୍ୟ ସେ ନିଜ ମାଙ୍କ ଫଟୋ ସର୍ବଦା ସେୟାର କରନ୍ତି । ତେବେ ଅରୁଣାଙ୍କ ଦେହ ଅନେକ ଦିନ ଧରି ଭଲ ନଥିବା ବେଳେ ସେ ହସପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ନିଜ ସୁଟିଂ ଅଧାରେ ରୋକି ଲଣ୍ଡନରୁ ଭାରତ ଫେରିଥିଲେ ।
Comments are closed.