ବ୍ରଜରାଜନଗରରେ ଉଡିଲା ବିଜେଡି ବାନା

ଝାରସୁଗୁଡ଼ା: ଜୁନ ୩: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬,୨୨୫ ଭୋଟରେ ପରାଜିତ କରିଛନ୍ତି । ସୂଚନା ଅନୁଯାୟୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୭୯୦ଟି ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭,୫୬୫ ଖଣ୍ଡ ଭୋଟ୍‌ । ଅପରପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ୍‌ ପାଇଛନ୍ତି । ତେବେ ବିଜୟ ନେଇ ଏଯାଏଁ ନିର୍ବାଚନ କମିସନ ଘୋଷଣା କରିନାହାନ୍ତି । ଅଳକା ମହାନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାମ ଘୋଷଣା ହୋଇଥିଲା । କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ । ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା । ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ୨୦୧୪ରେ ବ୍ରଜରାଜନଗର ଆସନରୁ ଜିତି ବିଧାୟକ ହୋଇଥିଲେ । ତେବେ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ପ୍ରକ୍ରିୟା ଆଜି ସକାଳ ୮ ଟାରେ ଆରମ୍ଭ ହୋଇଥିଲା । ଯେଉଁଥିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟ ବାନା ଉଡାଇଛନ୍ତି ।

Comments are closed.