ଜଳିବ ପଶ୍ଚିମ ଓଡ଼ିଶା, ୮ ଜିଲ୍ଲାକୁ ହିଟୱେଭ୍ ଜାରି

0

ଭୁବନେଶ୍ୱର: ଜଳିବ ପଶ୍ଚିମ ଓଡ଼ିଶା । ଆଗାମୀ ୨୪ ଘଣ୍ଟା ପରେ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ଜାରି । ୩୦ ତାରିଖ ବେଳକୁ ବିଭିନ୍ନ ସ୍ଥାନରେ ଛୁଇଁବ ୪୧ ଡିଗ୍ରୀ ତାପମାତ୍ରା । କାଲିଠୁ ୩ ଦିନ ପାଇଁ ହିଟୱେଭ୍ ଜାରି କଲା ପାଣିପାଗ ବିଭାଗ । କାଲି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୱେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

୨୯ରେ ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ କଳାହାଣ୍ଡିକୁ ହିଟୱେଭ୍ ଜାରି କରିଛି ପାଣିପାଗ ବିଭାଗ । ୩୦ରେ ୮ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ୩୦ ତାରିଖ ପରେ ୨ ଡିଗ୍ରୀ କମିବ ତାପମାତ୍ରା । ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଧେଶକ।

Leave A Reply

Your email address will not be published.