ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ

ନୂଆଦିଲ୍ଲୀ: ଜୁନ ୪: ସତ୍ୟେନ୍ଦ୍ର ଜୈନଙ୍କ ଠାରୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁରୁବାର ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସମର୍ଥନ କରାଯାଇଛି । ସେପଟେ ଜୈନଙ୍କ ମନ୍ତ୍ରାଳୟ ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କୁ ନ୍ୟସ୍ତ କରାଯାଇଛି । ଏହି ଅବସରରେ କେନ୍ଦ୍ର ସରକାର ଏବେ ଜୈନଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଶିସୋଦିଆଙ୍କୁ ମଧ୍ୟ ଗିରଫ କରିବାକୁ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ଏଥିଲାଗି କେନ୍ଦ୍ର ସରକାର ସବୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନଙ୍କୁ ଶିସୋଦିଆଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା ରୁଜୁ କରିବାକୁ କହିଥିବାର ସୂଚିତ କରିଛନ୍ତି । ଏଥିରେ କେଜରିୱାଲ ତାଙ୍କ ବିଶ୍ୱସ୍ଥ ସୂତ୍ରରୁ ଶିସୋଦିଆ ଗିରଫ ହେଉଥିବାର ଜାଣିବାକୁ ପାଇଥିବା କହିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଅପିଲ କରିଛନ୍ତି । ଆମଆଦମୀ ପାର୍ଟିର ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜେଲରେ ପୁରାଇ ଦିଅ ବୋଲି ସେ କହିଛନ୍ତି ଓ ଏକାଥରକେ ସବୁ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ତାଙ୍କ ଦଳର ନେତାମନ୍ତ୍ରୀଙ୍କ ତଦନ୍ତ ଶେଷ କରିବାକୁ କହିଛନ୍ତି । ଏଥିପାଇଁ ସେମାନେ ଯେତେ ଇଛା ସେତେ ଚଢଉ କରିପାରନ୍ତି ଓ ଏଥିରେ ଆମର ଆପତ୍ତି କରିବାର କିଛି ନାହିଁ ବୋଲି କେଜରିୱାଲ କହିଛନ୍ତି । ତେବେ ଥର ଥର କରି ମନ୍ତ୍ରୀମାନଙ୍କୁ ଗିରଫ କରିବା ଦ୍ୱାରା ସାର୍ବଜନିକ କାମରେ ବାଧା ଉପୁଜିଥିବା କଥା କ୍ଷୋଭର ସହ କହିଛନ୍ତି କେଜରିୱାଲ ।

Comments are closed.