ବ୍ରହ୍ମପୁର : ଜାନୁଆରୀ ୮: ରାଜ୍ୟରେ କରୋନା ପୁଣି ବ୍ୟାପିବାକୁ ଲାଗିଲାଣି । ୨୪ ଘଣ୍ଟାରେ ଗଞ୍ଜାମରେ ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ତେବେ ଠାକୁରଙ୍କ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ରହିଛି । ଆସନ୍ତା ମାସ ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ଘୋଷଣା କରିଛି ।
ସୂଚନା ଥାଉଯେ, ଆସନ୍ତା ସୋମବାରଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରର କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କେତେକ କର୍ମଚାରୀଙ୍କୁ କରୋନା ସଂକ୍ରମିତ ହୋଇଛି । ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି । ତେବେ ପୂର୍ବବିଧି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ ।
Comments are closed.