ବନ ବିଭାଗର ଭିତିରି କଥା: ଚାଲୁଣି ବାଟେ ଗଳି ଯାଉଛି ଜଗି ରହିଛି ଛୁଞ୍ଚିକି

ଜମନକିରା :ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଜମନକିରା ରେଞ୍ଜ ଏବଂ ବଡରମା ରେଞ୍ଜରେ ବ୍ୟାପକ ଭାବେ କାଠ, ଗଛ, ପଟ୍ଟା, ଜ;ୁ ଶିକାର, ଜଙ୍ଗଲଜାତ ଦ୍ରବ୍ୟ ଚୋରା କାରବାର ବଢି ଚାଲିଥିବା ବେଳେ ବନ ବିଭାଗ କେବଳ ଲୋକ ଦେଖାଣିଆ କାର୍ଯ୍ୟ କରି ମାଫିଆ ମାନଙ୍କ ସହ ମିଶି ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହେଉଛି । ଲୋକ ଅଭିଯୋଗ କଲେ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କେବଳ ମାମଲା ରୁଜୁ କରି ସଲାସୁତୁରାରେ ଅଭିଯୁକ୍ତଙ୍କୁ ଛାଡ଼ିଦେଇ ଗାଡ଼ି ଓ ସାମଗ୍ରୀକୁ ଜବତ କରୁଛନ୍ତି । ଉଭୟ ରେଞ୍ଜରେ ଯେତେ ଗୋଟି ମାମଲା ରୁଜୁ କରାଯାଇଛି, ସେଥିମଧ୍ୟରୁ ଶତକଡ଼ା ୯୦ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ ଫେରାର ଥିବା ଦର୍ଶାଯାଉଛି । ଏହାର ନଗ୍ନ ଉଦାହରଣ ହେଉଛି ଶନିବାରର ଘଟଣା ।

ସୂଚନା ଅନୁସାରେ, ବଡ଼ରମା ରେଞ୍ଜ ଗୌଡପାଲି ସେକ୍ସନ ମୁେ„ନପାଲି ବିଟରେ ଏକ ପିକଅପ (ଓଡ଼ି ୦୨ ୦୫୭୧) ଗାଡ଼ି ୧୨ ଖଣ୍ଡ ଶାଗୁଆନ କାଠଗାଣ୍ଡି ନେଇ ମୁେ„ନପାଲି ରେଞ୍ଜ ନାଲ ନିକଟସ୍ଥ ଜଡ଼ାକୁଦରରୁ ବାହାରୁଥିଲା । ହେଲେ ଜଡ଼ାକୁଦର କେନାଲ ଉଠାଣୀରେ ଗାଡ଼ିଟି ଉଠି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଖବର ଦେଲାପରେ ବନବିଭାଗ ସେଠାକୁ ପହଞ୍ଚି ଗାଡିକୁ କାଠଗଣ୍ଡିି ସହ ଜବତ କରିଥିଲେ । ଘଟଣାସ୍ଥଳକୁ ବଡରମା ରେଞ୍ଜର ଦିଲୀପ ମେଣ୍ଡୁଆଲ, ଗୌଡପାଲି ଫରେଷ୍ଟର ଲେଖାରାଣୀ ମହାନନ୍ଦ ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ଗାଡ଼ି ପଛ ପଟେ କାଠ ଗଣ୍ଡୀ ସମ୍ମୁଖରେ ଛିଡ଼ା ହୋଇ, ଫଟୋ ଉଠେଇ ଗଣମାଧ୍ୟମରେ ଚଢ଼ାଉ କରିଥିବା ନେଇ ବାହାବା ନେଇଥିଲେ ।

ମାତ୍ର ଆଶର୍ଯ୍ୟର କଥା ଗାଡ଼ିର ଡ୍ରାଇଭର ଓ ଖଲାସୀ ଉକ୍ତ ସ୍ଥାନରୁ ଫେରାର ହୋଇଥିବା ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ଘଟଣାକୁ ୨ ଦିନ ବିତି ଯାଇଥିବା ସତେ୍ୱ ଅଭିଯୁକ୍ତ ଦ୍ୱୟ ଏବଂ ଏଥିରେ ସାମିଲ ଥିବା ଆହୁରି ୮ରୁ ଅଧିକ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ବିଭାଗ ଅଧିକାରୀ ଗିରଫ କରି ପାରିନାହାନ୍ତି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, କାଠ ଚୋରି ହୋଇଥିବା ଜଡ଼ାକୁଦର ଗାଁର ଉକ୍ତ ସ୍ଥାନଟି ଜୈନକ ବ୍ୟକ୍ତି ଯିଏ କି ବହୁତ ଦିନରୁ ଏକ ଫାର୍ମ କରିଛନ୍ତି । ଫାର୍ମ ଠାରୁ ୧ କିମି ଯାଏ କୌଣସି ଜନ ବସତି ନାହିଁ । ମାଲିକ ଏଠାରେ ରହୁନଥିବାର ସୁଯୋଗ ନେଇ ମାଫିଆ ମାନେ ୪ ଟି କରତ (ବଡ଼) ବ୍ୟବହାର କରିଥିବା ଜଣାଯାଇଛି । ଗଛ କଟା ଯାଇଥିବା ସ୍ଥାନରେ ୪ ଟି ବଡ଼ କରତ ପଡ଼ିଥିବା ବେଳେ ଗୋଟିଏ କରତ ପାଇଁ ୨ ଜଣଙ୍କ ଆବଶ୍ୟକତା ରହିଥାଏ । ୪ ଟି କରତ ପାଇଁ ୮ ଜଣ ନିଶ୍ଚିତ ଥିବେ ଏବଂ କାଠ ଗଣ୍ଡି ଗୁଡ଼ିକୁ ନେବା ପାଇଁ ୪ ଜଣକ ମୋଟାମୋଟି ୧୨ଜଣଙ୍କ ସଂପୃକ୍ତି ଥିବା ନେଇ ଗ୍ରାମବାସୀମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

ତେବେ ଏଭଳି ବେଆଇନ ଚୋରା କାରବାର ବ୍ୟାପକ ଭାବେ ବଡରମା ଅଭୟାରଣ୍ୟ ମଧ୍ୟରେ ଚାଲିଥିବା ବେଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସବୁ ଜାଣି ଅଜଣା ରହୁଥିବା ଜଣାଯାଇଛି ।ଲୋକମାନେ ଯାହା ଖବର ଦେଉଛନ୍ତି, ତାହା ଅନ୍ୟୋନପାୟ ସେଗୁଡ଼ିକୁ ଚଢାଉ କରୁଛନ୍ତିଛ ମାତ୍ର ବ୍ୟାପକ ଭାବେ ଚାଲୁଥିବା ବେଆଇନ ଚୋରା ଚାଲାଣକୁ ଅଣଦେଖା କରୁଥିବା ଦେଖାଯାଇଛି ।

ଆଗକୁ ଏହା ରୋକା ନଗଲେ ବନ୍ୟପ୍ରାଣୀ ତଥା ଜଙ୍ଗଲ ଧ୍ୱ୍‌ଂସ ହୋଇଯିବ ବୋଲି ପରିବେଶବିତ ତଥା ଜଙ୍ଗଲ ପ୍ରେମୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ ବାମଣ୍ଡା ଡିଏଫ୍‌ଓ ଫାଲଗୁନି ସାରଥି ମଲ୍ଲିକଙ୍କୁ ଯୋଗାଯୋଗ କରି ପଚାରିବାରୁ ତଦନ୍ତ ଚାଲିଛି ବୋଲି କହିଥିଲେ ।

Comments are closed.