ବିଜେଡି,ବିଜେପି ମଧ୍ୟରେ ମେଣ୍ଟ କାଏମ – କଂଗ୍ରେସ

0

ଭୁବନେଶ୍ୱର : ୱାକଫ୍ ବିଲ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ । ବିଜେଡିରେ ଦଳୀୟ ମତଭେଦ ଦେଖା ଦେଇଥିବାବେଳେ କଂଗ୍ରେସ କରିଛି ତୀଵ୍ରପ୍ରତିକ୍ରିୟା । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାଏମ ରହିଛି ବୋଲି କହିଛନ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଉଭୟ ଦଳ ମଧ୍ୟରେ ଡ଼ିଲ ହୋଇଛି । ଦିଲ୍ଲୀରେ ବିଜେପି ସହିତ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର । ଉଭୟେ ବିଜେପିକୁ ଚାଲିଯିବେ, ବଳି ପଡିବେ ଅନ୍ୟ ବିଜେଡି ନେତା । ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା କହିଲେ ଭକ୍ତ । ପରସ୍ପର ମଧ୍ୟରେ ସଲ କୁସ୍ତି କରି ଓଡ଼ିଶାର ଜନତାଙ୍କୁ ଠକିବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।

ଗତକାଲି ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ । ୧୨ ଘଣ୍ଟା ଧରି ଏହି ବିଲ୍‌ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଏହାକୁ ନେଇ ବିଜେଡିରେ ଦଳୀୟ କନ୍ଦଳ ଦେଖାଯାଇଛି । ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେବା ପରେ ଜୋର ଧରିଛି ରାଜନୀତି । ଅନ୍ୟପଟେ ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ବିଟ କରାଯାଇଛି ।

ସୂଚନା ଥାଉକି, ଓ୍ବକଫ୍‌ ବିଲ୍‌ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ରାଜ୍ୟ ସଭାରେ ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍‌ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସନ୍ଧ୍ୟା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ତାଙ୍କ ‘ଏକ୍ସ’ରେ ବିଲ ସପକ୍ଷରେ ପୋଷ୍ଟ କରିଥିବାର ଦେଖାଯାଇଥିଲା ।

ଅନ୍ୟପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ କହିଛନ୍ତି, ସେ ଟ୍ବିଟ କରି କହିଛନ୍ତି, ୱାକଫ ସଂଶୋଧନ ବିଲ୍ ଉପରେ, ଓଡ଼ିଶାର ତଥାକଥିତ ମୁଖ୍ୟ ବିରୋଧୀ ଦଳ ବିଜେଡି ବିଜେପିର ଏଜେଣ୍ଡାକୁ ଶକ୍ତି ଦେଇଥିଲା। ବିଜେଡି ସାଂସଦମାନେ ବିଲ୍ ସପକ୍ଷରେ ଭୋଟ୍ ଦେବାକୁ ଗ୍ରହଣ କରିଥିଲେ ।

ଏହା ହେଉଛି ବିଜେଡିର ଆଚରଣ, ଚରିତ୍ର ଏବଂ ଚେହେରା। ସେଥିପାଇଁ ଆମେ କହୁଛୁ, ‘ବିଜେଡି ହେଉଛି ବିଜେପି ଏବଂ ବିଜେପି ହେଉଛି ବିଜେଡି।’ ଏହା କେବଳ ଯେ ବିଭିନ୍ନ ରାଜ୍ୟରେ ମାସ୍କ ଭିନ୍ନ ଭିନ୍ନ।

 

Leave A Reply

Your email address will not be published.