ସାମଗ୍ରୀ – ୨୫୦ ଗ୍ରାମ ବୋନଲେସ ଚିକେନ କିମା , ଏକ ଚାମଚ କଟା ରସୁଣ, ୩ ଚାମଚ ଗାଜର କଟା, ୩ ଚାମଚ ସ୍ପିଙ୍ଗ ଓନିଅନ କଟା, ଏକ ଚାମଚ ଅଦା କଟା, ଏକ ଚାମଚ ସୋୟା ସସ୍, ଏକ ଚାମଚ ଅୟେଷ୍ଟର ସସ୍, ଏକ ଚାମଚ ରାଶିତେଲ, ଏକ ଚାମଚ ମରିଚ ଗୁଣ୍ଡ, ଗୋଟିଏ ଅଣ୍ଡା, ଅଧା କପ କଟା ଆଲମଣ୍ଡ
ପ୍ରଣାଳୀ – ଗୋଟିଏ ପାତ୍ରରେ ଚିକେନ ନିଅନ୍ତୁ ଏଥିରେ ଆଲମଣ୍ଡ ବ୍ୟତିତ ଅନ୍ୟ ସମସ୍ତ ସାମଗ୍ରୀକୁ ମିଶାଇ ଭଲ ଭାବେ ଗୋଳାନ୍ତୁ । ଏହି ମିଶ୍ରଣକୁ ଛୋଟ ଛୋଟ ବଲ ଆକାରରେ ଗଢନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ସିଝାନ୍ତୁ ଏବଂ ପରେ ଏହାକୁ କଟା ଆଲମଣ୍ଡରେ ଯତ୍ନର ସହ ଗଡାନ୍ତୁ । ଏହାପରେ ଏହି ବଲଗୁଡିକୁ ପୁଣିଥରେ ଏକ ଷ୍ଟିମରରେ ୧୫ ମିନିଟ୍ ପାଇଁ ରଖି ସିଝାନ୍ତୁ । ପ୍ରସ୍ତୁତ ଚିକେନ ଆଲମଣ୍ଡ ମୋମୋକୁ ଗରମ ଗରମ ପରଷନ୍ତୁ ।
Comments are closed.