ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂହ

ଚଣ୍ଡିଗଡ଼ : ନଭେମ୍ବର ୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା ପଞ୍ଜାବ ରାଜନୀତି ବଦଳିଯାଇଛି । କଂଗ୍ରେସ ଦଳର ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବାକୁ ସଂକେତ ଦେଇଛନ୍ତି । ଏକ ଘରୋଇ ଟିଭି ଚାନେଲକୁ ସେ ସାକ୍ଷାତ କରି ଏବିଷୟରେ ସୂଚନା ଦେଇଛନ୍ତି । ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସହ ଭେଟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ପଞ୍ଜାବ ଲୋକ କଂଗ୍ରେସ ଆଗାମୀ ଦିନରେ ବିଜେପି ସହ ପ୍ରାକ-ନିର୍ବାଚନୀ ମେଣ୍ଟ କରିପାରେ । ଅମରିନ୍ଦର କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ପାଇଁ ସେ ବିଗତ ଏକ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ । ତାଙ୍କର ଏହି ଉଦ୍ୟମ ସଫଳ ହୋଇଥିବାରୁ ସେ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର କରି ଏକ ସକାରାତ୍ମକ ସଂକେତ ଦେଇଛନ୍ତି ।

Comments are closed.