ଆନନ୍ଦ ମହିନ୍ଦ୍ରା ସେୟାର୍‌ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା

ଦିଲ୍ଲୀ: ଏପ୍ରିଲ ୦୨: ନିକଟରେ ‘ମହିନ୍ଦ୍ରା ଗ୍ରୁପ୍‌’ର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ଜଣେ ବାଳକର ମାଛଧରା ଭିଡିଓ ଟୁଇଟର୍‌ରେ ସେୟାର୍‌ କରିଛନ୍ତି । ଯେଉଁଥିରେ ଜଣେ ବାକଳ ଏକ ରୋଲର୍‌ ଭଳି ଯନ୍ତ୍ର ଆଣି ପୋଖରୀ ନିକଟରେ ରଖୁଛି ଓ ସେଥିରେ ମାଛ ଫସିବା ପାଇଁ ସ୍ଥିର ଚିତ୍ତରେ ଅପେକ୍ଷା କରୁଛି ।

ଉକ୍ତ ଭିଡିଓକୁ ସେ ସେୟାର୍‌ କରି ଲେଖିଛନ୍ତି ଯେ, ସନ୍ଦେସ ନଥାଇ ଏହି ଭିଡିଓଟି ମୋର ଇନ୍‌ବକ୍ସକୁ ଆସିଥିଲା । ଆଜିର ଦୁନିଆରେ ସମସ୍ୟା ବଢ଼ୁଥିଲା ବେଳେ, ଏହି ଭିଡିଓକୁ ଦେଖି ଆତ୍ମସନ୍ତୋଷ ଲାଗିଲା । ଏହି ଛୋଟ କାହାଣୀ ପ୍ରତିପାଦନ କରୁଛି ଯେ, ପ୍ରତିଭା, ବୁଦ୍ଧି ଓ ଧର୍ଯ୍ୟ ଥିଲେ ସଫଳତା ନିଶ୍ଚିନ୍ତ ମିଳିବ ।

ତେବେ ଏହାପୂର୍ବରୁ ମଧ୍ୟ ଆନନ୍ଦ ମହିନ୍ଦ୍ରା ‘ମୋଟିଭେସ୍‌ନାଲ ସ୍ପିଚ୍‌’ ବା ପ୍ରରଣାଦାୟକ ବକ୍ତ୍ୟବ ଦେଉଥିବା ଜଣେ ବାଳକର ଭିଡିଓ ସେୟାର୍‌ କରିଥିଲେ । ଯେଉଁଥିରେ ବାଳକ ଜଣଙ୍କ ଜୀବନର ମନ୍ତ୍ର ବିଷୟରେ ଲୋକଙ୍କୁ ବୁଝାଉଥିଲେ । ଆନନ୍ଦ ମହିନ୍ଦ୍ରା ଉକ୍ତ ବାଳକୁ ‘ବାଳଗୁରୁ’ ଉପାଧି ଦେଇଥିଲେ ।

Comments are closed.