‘ଆନିମଲ୍‌ ପ୍ରିଣ୍ଟ’ର କ୍ରେଜ

ଫ୍ୟାଶନରେ ଅନେକ ପ୍ରିଣ୍ଟ ରହିଥାଏ ତେବେ ସେଥିମଧ୍ୟରୁ ଆନିମଲ୍‌ ପ୍ରିଣ୍ଟର କ୍ରେଜ ଅଧିକା । ସମସ୍ତେ ଏହି ପ୍ରିଣ୍ଟର ଡ୍ରେସ୍‌ ପିନ୍ଧିବା ସହିତ ନିଜ ଫ୍ୟାଶନରେ ଏହାକୁ ସାମିଲ କରିବାରେ ଲାଗିଛନ୍ତି । ତେବେ ଏହା ପଛରେ ମଧ୍ୟ ରହିଛି ଇତିହାସ । କିଭଳି ଫ୍ୟାଶନକୁ ଆସିଲା ଆନିମଲ ପ୍ରିଣ୍ଟ । ଆସନ୍ତୁ ପଢିବା ସେ ବିଷୟରେ କିଛି ତଥ୍ୟ । ଫ୍ୟାଶନ୍‌ରେ ଆନିମଲ୍‌ ପ୍ରିଣ୍ଟର ଗୁରୁତ୍ୱ ବଢ଼ିବା ପଛରେ ରହିଛି ଅନେକ କାରଣ । ଏହା ଆଜିକାଲିର ଫ୍ୟାଶନ ନୁହେଁ, ଏହି ପ୍ରିଣ୍ଟ ଅନେକ ଦିନରୁ ଫ୍ୟାଶନ୍‌ରେ ରହିଆସିଛି । ଆନିମଲ୍‌ ପ୍ରିଣ୍ଟ ଥିବା ପୋଷାକ ସୁନ୍ଦର ହେବା ସହ ବେଶ୍‌ ମହଙ୍ଗା ହୋଇଥାଏ । ତେଣୁ ଏହାକୁ ଲୋକମାନେ ଧନୀକ ଶ୍ରେଣୀର ଏକ ସଙ୍କେତ ଭାବେ ବ୍ୟବହାର କରନ୍ତି । ଇତିହାସରେ ମଧ୍ୟ ଏହାର ବ୍ୟବହାର ରହିଥିଲା । ବିଭିନ୍ନ ରାଜା ଓ ରାଜକର୍ମଚାରୀ ଏହି ପ୍ରିଣ୍ଟ ବ୍ୟବହାର କରିବାର ଅନେକ ଉଦାହରଣ ରହିଛି । ତେବେ ୧୯୬୦ ମସିହାରେ ଏହା ଆମେରିକୀୟ ମହିଳାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସେଠାରେ ଆନିମଲ୍‌ ପ୍ରିଣ୍ଟର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଚାଲିଲା । ଏହାପରେ ଧୀରେ ଧୀରେ ଏହି ପ୍ରିଣ୍ଟ ଫ୍ୟାଶନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଲା ।

‘ଆନିମଲ୍‌ ପ୍ରିଣ୍ଟ’ର କ୍ରେଜ

୧୯ଶହ ଶତାବ୍ଦୀରେ ଏହାର ପ୍ରଭାବ ସିନେମା ଉପରେ ମଧ୍ୟ ରହିଥିଲା । ୧୯୬୫ରେ ବିଭିନ୍ନ ହଲିଉଡ୍‌ ସିନେମାର କଳାକାର ଏହି ପ୍ରିଣ୍ଟ ପିନ୍ଧୁଥିବା ନଜର ଆସିଥିଲା । ସେହିପରି ୧୯୭୦ ଓ ୧୯୮୦ରେ ଏହା ଡ୍ରେସ୍‌, ଲେଗିନ୍‌ସ ସହିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ ବ୍ୟବହାର ହେବାକୁ ଲାଗିଲା । ଏହା ସହ ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରିବାକୁ ଲାଗିଲେ । ଏହା ବିଭିନ୍ନ ପରିଚିତ ଫ୍ୟାଶନ ଡିଜାଇନ୍‌, ମଡ଼େଲ୍‌ ଓ କଳାକାରଙ୍କର ପ୍ରଥମ ପସନ୍ଦ ହେବାକୁ ଲାଗିଲା । ତେବେ ଏହା ପୁଣି ଆଜିକାଲି ଫ୍ୟାଶନ ବଜାରରେ ଟ୍ରେଣ୍ଡ୍‌ ହେବା ଆରମ୍ଭ କରିଛି । ପୁଣି ମହିଳାମାନଙ୍କର ପ୍ରଥମ ପସନ୍ଦ ଭାବେ ଉଭା ହୋଇଛି ଆନିମଲ୍‌ ପ୍ରିଣ୍ଟ୍‌ ।

Har Ghar Tiranga