ଆଣ୍ଟିଫସପୋଲିପିଡ୍‌ ସମସ୍ୟା

ଏହା ଏକ ବିରଳ ସମସ୍ୟା ଯେଉଁଥିରେ ଆମ ରୋଗପ୍ରତିରୋଧକ ଶକ୍ତି ଏଭଳି ଆଣ୍ଟିବଡିଜ୍‌ର ଉତ୍ପନ୍ନ କରିଥାଏ, ଯାହା ଆମ ଶରୀରର ଭଲ ଟିସୁକୁ ନଷ୍ଟ କରିବାର ଲାଗିଥାଏ । ଏହି କାରଣରୁ ଆମ ଶରୀରରେ ବ୍ଲଡ୍‌ କ୍ଲଟ୍‌ ହେବାର ସମ୍ଭାବନା ରହିଥାଏ । ଏହି କ୍ଲଟ୍‌ ବିଭିନ୍ନ ଆର୍ଟେରୀ ଓ ଭେନ୍‌ରେ ହୋଇଥାଏ । ଏହି ରକ୍ତ ଶରୀରର ବିଭିନ୍ନ ଅଙ୍ଗ ଯେପରି ଗୋଡ, ଫୁସ୍‌ଫୁସ୍‌, କିଡ୍‌ନୀ ଆଦିରେ ଯମାଟ ବାନ୍ଧିବାର ସମ୍ଭାବନା ରହିଥାଏ । ତେବେ ଏହି ବିରଳ ସମସ୍ୟା ଗର୍ଭବତୀ ମା’ଙ୍କ ପାଇଁ ବେଶି କ୍ଷତିକାରକ ହୋଇଥାଏ । ଏହି କାରଣରୁ ଗର୍ଭ ନଷ୍ଟ ହେବାର ସମ୍ଭାବନା ବଢିଥାଏ । କେତେକ କ୍ଷେତ୍ରରେ ଏହାର ଲକ୍ଷଣ ଦେଖିବାକୁ ମିଳୁଥିବାବେଳେ କେତେକ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ଏହାର କିଛି ଲକ୍ଷଣ ରହିଛି, ଯେଉଁଥିରୁ ଆମେ ଆଣ୍ଟିଫସପୋଲିପିଡ୍‌ ସମସ୍ୟା ହୋଇଥିବାର ଅନୁମାନ କରିପାରିବା । ଗୋଡରେ ରକ୍ତ ଯମାଟ ବାନ୍ଧିବା, ଫୁଲିବା, ଲାଲ ଦେଖାଯିବା, ବାରମ୍ବାର ଗର୍ଭ ନଷ୍ଟ ହେବା, ଉଚ୍ଚ ରକ୍ତଚାପ, ଶରୀରରେ ବିଭିନ୍ନ ସ୍ଥାନରେ କୁଣ୍ଡାଇ ହେବା ସହ ଲାଲ ପ୍ୟାଚ୍‌ ଦେଖାଯିବା । ଯଦି ଉପରୋକ୍ତ କୌଣସି ବି ଲକ୍ଷଣ ଦେଖିବାକୁ ମିଳେ ତାହେଲେ ଏହା ଆଣ୍ଟିଫସପୋଲିପିଡ୍‌ ସମସ୍ୟା ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Har Ghar Tiranga