ରାତି ପାହିଲେ ନିର୍ବନ୍ଧ, ୧୧ରେ ପଡିବ ହାତଗଣ୍ଠି !

0

ଭୁବନେଶ୍ୱର: ବାହା ହେବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର ତଥା ପୂବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି । ଖୁବଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଆଉ ଏହା ତାଙ୍କର ୨ୟ ବିବାହ । ଖୁବଶୀଘ୍ର ୨ୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ତେବେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ଥାନ୍ତି ସେତିକି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ।

ତେବେ ତାଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଲାଗି ରହିଥିଲା ତାଠାରୁ ଅଧିକ ଆଲୋଚନା ବି ହେଉଥିଲା । ଆଉ ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା କୁଆଡେ ଏବେ ସତ ହେବାକୁ ଯାଉଥିବା କୁହାଯାଉଛି । ଖୁବଶୀଘ୍ର ସେ ହାତକୁ ଦୁଇ ହାତ ହେବେ । ତେବେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି । ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଅଲଗା ହେବା ପରେ କାହାକୁ ଜୀବନସାଥୀ କରିବାକୁ ଯାଉଛନ୍ତି ଅନୁଭବ । ସେନେଇ କଳ୍ପନାଜଳ୍ପନ ଲାଗି ରହିଛି ।

ଆଉ କୁହାଯାଉଛି ଆସନ୍ତାକାଲି ଅନୁଭ ମହାନ୍ତିଙ୍କ ନିବନ୍ଧ ହେବ ବୋଲି ବେଶ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଖାଲି ସେତିକୁ ନୁହେଁ ବରଂ ମାର୍ଚ୍ଚ ୧୧ ତାରିଖରେ ସେ ବିବାହ କରିବାକୁ ଯଉଥିବା ମଧ୍ୟ କୁହାଯାଉଛି । ଦୀର୍ଘ ଦିନ ଧରି ଯେଉଁ ନାଁ ଚର୍ଚ୍ଚାରେ ରହିଛି ତାଙ୍କୁ ହିଁ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ସେ ହେଉଛନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅନୁଭବନ ଓ ଜାଗୃତି ।

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୬ ତାରିଖ ଗୁରୁବାର ଉଭୟ ନିବନ୍ଧ କରିବାକୁ ଯାଉଥିବା କୁହାଯାଉଛି । ଏହାସହିତ ମାର୍ଚ୍ଚ ୧୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏନେି ଅନୁଭବ କିମ୍ବା ଜାଗୃତିଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

 

Leave A Reply

Your email address will not be published.