ଚଷମା ନା ଫେସ୍‌ ମାସ୍କ

ଜାପାନ: ଆଜିର ଆଧୁନିକ ଯୁଗରେ ସମସ୍ତେ ନିଜକୁ ଅତ୍ୟାଧୁନିକ ଫ୍ୟାଶନ୍‌ ସହିତ ଅପଡେଟ୍‌ ରଖିବାକୁ ଚାହୁଁଛନ୍ତି । ଯେତେବେଳେ ବଜାରରେ କୌଣସି ନୂଆ ଟ୍ରେଣ୍ଡ୍‌ ଆସେ, ଲୋକମାନେ ଏହାକୁ ସେମାନଙ୍କର ଷ୍ଟାଇଲ୍‌ ଷ୍ଟେଟମେଣ୍ଟ୍‌ କରନ୍ତି । ହେଲେ ବେଳେବେଳେ କେତେକ ଅଜବ ଫ୍ୟାଶନ ଟ୍ରେଣ୍ଡ ମଧ୍ୟ ଦେଖିବାକୁ ମିଳିଯାଏ । ଏହାର ଏକ ସଦ୍ୟତମ ଉଦାହରଣ ହେଇଛି ଜାପାନରେ ନିର୍ମିତ ଏକ ସନଗ୍ଲାସ ବା ଚଷମା । ଏହି ସନଗ୍ଲାସ କେବଳ ଆପଣଙ୍କ ଆଖିକୁ ନୁହେଁ ପୁରା ମୁହଁକୁ ଆଚ୍ଛାଦିତ କରିଦେଉଛି । ଜାପାନର ଏକ ପ୍ରସିଦ୍ଧ କମ୍ପାନୀ ଏକ ନୂଆ ଫ୍ୟାଶନ ଟ୍ରେଣ୍ଡ୍‌ ସେଟ୍‌ କରି ଏହି ଅଜବ ଚଷମାକୁ ମାର୍କେଟରେ ଲଞ୍ଚ୍‌ କରିଛି । ଏହାର ବିଶେଷତ୍ୱ ହେଉଛି ଯେ, ଏହି ଚଷମା ପିନ୍ଧିଲେ କେବଳ ଆପଣଙ୍କ ଆଖିକୁ ସୂର୍ଯ୍ୟଙ୍କଠାରୁ ରକ୍ଷା କରିବ ନାହିଁ, ବରଂ ଏହା ଆପଣଙ୍କ ଚେହେରାକୁ ମଧ୍ୟ ଆଚ୍ଛାଦନ କରିବ । କମ୍ପାନୀ ଏହାର ମୂଲ୍ୟ ୨୦୦୦ ୟେନ ରଖିଛି । ଏକ ବଡ଼ ପୋଲାରାଇଜଡ୍‌ ଲେନ୍ସ ଗ୍ଲାସରେ ବ୍ୟବହୃତ ହୋଇଛି । ସାଧାରଣତଃ ଚଷମାରେ ଉଭୟ ଆଖି ପାଇଁ ଭିନ୍ନ ଭିନ୍ନ ଶିଲï ଥାଏ, ହେଲେ ଏହି ଚଷମା ୱାନ୍‌ ପିସ୍‌ । କମ୍ପାନୀ ଦାବି କରିଛି ଯେ ଏହି ଚଷମା ଯେକୌଣସି ପ୍ରକାରର ଚାପକୁ ସହ୍ୟ କରିପାରିବ । ଏହି ଚଷମା କେବଳ ଉପଭୋକ୍ତାଙ୍କୁ ପବନ ଏବଂ ଧୂଳିରୁ ରକ୍ଷା କରିବ ନାହିଁ, ବରଂ କୁହୁଡ଼ିରେ ମଧ୍ୟ ଏହାର ଭିଜନ ଖରାପ ହେବ ନାହିଁ । ତଥାପି ସାଧାରଣ ଚଷମା ପରି ଏହା ମଧ୍ୟ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବ ।

Comments are closed.