ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ ନେଇ ପୁରୀ ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପୁରୀ ଗସ୍ତ କଥା ଜଣାଇଥିଲେ ।ତେବେ ଏହି ଗସ୍ତର କାରଣ ମଧ୍ୟ ରହିଛି । ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ ଅନୁମତି ଦେଇନାହିଁ । ଏହା ପରେ ସାଂସଦ ନିଜେ ଏକ ଟ୍ୱିଟ୍ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଆଜି ପୁରୀ ଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି ।ସେପଟେ ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିପକ୍ଷବାଦୀଙ୍କୁ ରାଲି କରିବାକୁ ଅନୁମତି ଦେଇନାହିଁ ଜିଲ୍ଲା ପ୍ରଶାସନ । ତା ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆଜି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ । ତେବେ ଏପରି ସ୍ଥିତିରେ ଅପରାଜିତାଙ୍କ ଏହି ପଦଯାତ୍ରା ଖାଲି ନାମକୁ ମାତ୍ର କିନ୍ତୁ ଏହାର ପ୍ରକୃତ କାରଣ ଏହି ପଦଯାତ୍ରା ଆଳରେ ରାଲି ବୋଲି କୁହାଯାଉଛି।
Comments are closed.