ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ ଜରିଆରେ ଟଙ୍କା ହଡ଼ପ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି । ସେଠାରେ ତାଙ୍କୁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମଳିଛି । ଶ୍ରଦ୍ଧାଞ୍ଜଳିଙ୍କ ପାଢ଼ଠପାଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଅର୍ଚ୍ଚନା ନାଗଙ୍କ ମାମଲାରେ ଇଡି ହାଇପ୍ରୋଫାଇଲ୍‌ଙ୍କୁ ଜେରା କରିବା ଆରମ୍ଭ କରିଛି । ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେଠାରେ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା । ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା । ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ୱରଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିଲା । ତେବେ ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ସାମ୍ନାସାମ୍ନି କରି ମାରାଥନ ଜେରା କରିଛି ଇଡି । ଏମିତିକି ଇଡିର ପ୍ରଶ୍ନବାଣରେ ଶ୍ରଦ୍ଧାଞ୍ଜଳି କାନ୍ଦି ପକାଇଥିଲେ ଏବଂ ସବୁ ସତ ଓଗାଳି ପକାଇଥିଲେ ।

ଅନ୍ୟପକ୍ଷରେ, ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ତଦନ୍ତକାରୀ ସଂସ୍ଥା ପ୍ରସ୍ତୁତ ହେଉଛି । ଏଣୁ ଏହାପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ଇଡି ପଚରାଉଚରା କରି ତାଙ୍କ ତଥ୍ୟ ରେକର୍ଡ କରୁଛି । ସେହି ସବୁ ତଥ୍ୟ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପେଡ଼ି ଖୋଲିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

Comments are closed.