ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବ୍ଳକମେଲିଙ୍ଗ କୁଇନ ଅର୍ଚ୍ଚନା ନାଗଙ୍କ ଆଜି ସରୁଛି ଇଡି ରିମାଣ୍ଡ ଅବଧି । ସୋମବାର ପୁଣି କୋର୍ଟରେ ହଜାର ହେବେ ଅର୍ଚ୍ଚନା I ତେବେ ଦ୍ଵିତୀୟ ପର୍ଯ୍ୟାୟ ଜେରାବେଳେ ଅର୍ଚ୍ଚନାଙ୍କ ନିକଟରୁ ବିଶେଷ କିଛି ତଥ୍ୟ ହାସଲ କରି ପାରିନାହିଁ ଇଡି I ସେହିଭଳି ଶ୍ରଧାଞ୍ଜଳିଙ୍କ ବିରୋଧ ରେ ମଧ୍ୟ ମାମଲା ରୁଜୁ ହୋଇଛି I ବିଶେଷସୂତ୍ରରୁ ମିଳିଥିବା ଖବର ମୁତାବକ ତାଙ୍କୁ ଜେରାବେଳେ ସେ ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ ସେକ୍ସଟର୍ସନର ମୁଖ୍ୟ ହେଉଛନ୍ତି ଅର୍ଚ୍ଚନା ଓ ଖଗେଶ୍ବର ପାତ୍ର। I ଅର୍ଚ୍ଚନାଙ୍କ ଫାସରେ କିଏ ଫସିବେ, ସେହି ତାଲିକା ପ୍ରସ୍ତୁତ କରୁଥିଲେ ଅର୍ଚ୍ଚନା । ଅର୍ଚ୍ଚନନାଙ୍କ ନିର୍ଦ୍ଦେଶ କ୍ରମେ ଖଗେଶ୍ୱର ଭିଡିଓ ସୁଟିଂର ଦାୟିତ୍ୱ କୌଶଳ କ୍ରମେ ତୁଲାଉଥିଲେ ।ଦୁହେଁ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର ଓ ହୋଟେଲ ବ୍ୟବସାୟୀମାନଙ୍କୁ ଘରକୁ ଡାକି ନଗ୍ନ ଭିଡିଓ ସୁଟିଂ କରୁଥିଲେ। ପରେ ଅର୍ଚ୍ଚନା ସେହି ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲେ l ଏହା ସହିତ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ EDକୁ କହିଛନ୍ତି ଶ୍ରଦ୍ଧାଞ୍ଜଳି I
ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଇଡି ମାରାଥନ ଜେରା ଜାରି ରଖିଛି। ତେବେ ଇଡି ଅର୍ଚ୍ଚନା ,ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳି ଙ୍କୁ ବସାଇ ମୁହାଁମୁହିଁ ଜେରା କରିଥିଲା I ଏଥିରେ ଶ୍ରଧାଞ୍ଜଳିଙ୍କ ନିକଟରୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି I କିନ୍ତୁ ଅର୍ଚ୍ଚନା ଙ୍କ ନିକଟରୁ ସେଭଳି କିଛି ତଥ୍ୟ ହାସଲ କରାଯାଇ ପାରି ନଥିଲା I ତେବେ ଅର୍ଚ୍ଚନା ଅସୁସ୍ଥ ଥିବା କହିବାରୁ,ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କୁ ଡକାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I
Comments are closed.