ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେଲେ: ସେନା ପ୍ରମୁଖ ଏମ୍‌ଏମ୍‌ ନରୱାଣେ

ଦିଲ୍ଲୀ : ଅକ୍‌ଟୋବର ୨: ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱାଣେ ଗତକାଲିଠାରୁ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ସମସ୍ୟାର ସମଧାନ କରିବେ ବୋଲି ଖବର ରହିଛି । ତେବେ ଏହାରି ଭିତରେ ଆଜି ସ୍ଥଳସେନା ମୁଖ୍ୟ ଚୀନ୍‌ ସୀମାରେ ସ୍ଥିତି ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚୀନ୍‌ ସେନା ଏବେ ନିଜ ସୀମାରେ ଅନେକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ହେଲେ ଭାରତୀୟ ସେନା ସମସ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ଏହାଛଡ଼ା ସେନା ମୁଖ୍ୟଙ୍କ ସୂଚନା ଅନୁସାରେ, ଏବେ ଭାରତ ଚୀନ୍‌ ସୀମାରେଖାରେ ଭାରତୀୟ ସେନାଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।
ତେବେ ଏବେ ସୀମାରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଚୀନ୍‌ ସହିତ ସୀମା ବିବାଦ ଶେଷ କରିବାକୁ ସମସ୍ତ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ଏପର୍ଯ୍ୟନ୍ତ ୧୨ ଥର ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇସାରିଛି । ଭାରତ ଚୀନ୍‌ ଭିତରେ ଥିବା ସୀମା ବିବାଦର ଖୁବ୍‌ଶୀଘ୍ର ଅନ୍ତ ଘଟିବ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି ।
ଅନ୍ୟପକ୍ଷରେ, ପାକିସ୍ତାନକୁ ନେଇ ସେ କହିଛନ୍ତି, ଫ୍ରେବୁଆରୀରୁ ଜୁଲାଇ ମାସ ମଧ୍ୟରେ ସୀମରେଖାରେ କୌଣସି ପ୍ରକାରର ଗୁଳି କିମ୍ବା ହିଂସା ଦେଖାାଯାଇନି । ତା’ ସହିତ ପାକିସ୍ତାନ ସୀମାରେ ମଧ୍ୟ ସ୍ଥିତି ଠିକ୍‌ ରହିଛି , ହେଲେ ଗତ କିଛି ଦିନ ହେଲା ସୀମାରେ ଅନୁପ୍ରବେଶ ଜାରି ରହିଛି । ଏହାକୁ ରୋକିବାକୁ ସେନା ଜୋରଦାର ଉଦ୍ୟମ କରୁଛି ବୋଲି ସେନା ମୁଖ୍ୟ ସୂଚନା ଦେଇଛନ୍ତି ।

 

Comments are closed.