ନୂଆଦିଲ୍ଲୀ : ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବର ଶୁକ୍ରବାର ଦିନ ଗିରଫ କରିଛି ସିବିଆଇ । ମିଡିଆ ରିପୋର୍ଟ ଅନୁଯାୟୀ, ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ମାର୍ଚ୍ଚ ୨୦୧୮ ରେ ଭିଡିଓକୋନ ଗ୍ରୁପ୍କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହେବ ପରେ ଏହାର ତଦନ୍ତ ଭାର ସିବିଆଇ ନେଇଥିଲା I ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍ଡି ଏବଂ ସିଇଓ ପଦ ଛାଡ଼ି ଥିଲେ।
ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକନ ଗୃପକୁ ଋଣ ଦେଣନେଣରେ ତାଙ୍କ ପଦବିର ଦୁରୁପଯୋଗ କରିଥିବା ଯୋଗୁ ଚନ୍ଦାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା । କିନ୍ତୁ ଭିଡିଓକନ ଗ୍ରୁପ ଉକ୍ତ ଋଣର ପ୍ରାୟ ୮୬ ପ୍ରତିଶତ ଅର୍ଥାତ ୨୮୧୦ କୋଟି ଟଙ୍କା ପରିଶୋଧ କରିନଥିଲା, ଯାହାକି ଏନପିଏରେ ରହିଛି । କିନ୍ତୁ ଭିଡିଓକନ ଗୃପର ଚେୟାରମ୍ୟାନ ବେଣୁଗୋପାଳ ଧୁତ ଓ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚରଙ୍କ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ରହିଛି । ପରମୁହୂର୍ତ୍ତରେ ଭିଡିଓକନ ଗୃପ ନିଜ ନାମ ପରିବର୍ତନ କରି ପିନାକଲ ଏନର୍ଜି ଟ୍ରଷ୍ଟ ନାମ ରଖିଥିଲା, ଯାହାକୁ ଚନ୍ଦାଙ୍କ ସ୍ୱାମୀ ଦୀପକ ଚଲାଉଥିଲେ । ସେପଟେ ୨୦୨୦ ମେ’ ମାସରେ ଇଡି ଅଭିଯୁକ୍ତ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲା । ଏହାପରେ ଉଭୟେ ଅଭିଯୁକ୍ତ ପ୍ରମାଣିତ ହେବାପରେ ସିବିଆଇ ତାଙ୍କୁ ଗିରଫ କରିଛି I
ଏକଦା ଚନ୍ଦା କୋଚରଙ୍କ ବଡ ନାମ ଥିଲା I ୧୯୬୧ ରାଜସ୍ଥାନର ଯୋଧପୁରର ଏକ ସିନ୍ଧି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଚନ୍ଦା I ସେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଖୁବ ସୁନାମ ଅର୍ଜନ କରିଥିଲେ I ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ, ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆରୁ କଷ୍ଟ ଆକାଉଣ୍ଟାଣ୍ଟି କରିଥିଲେ ଏବଂ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ମ୍ୟାନେଜମେଣ୍ଟ କରିଥିଲେ। ଏହାପରେ ସେ ୧୯୮୪ ରେ, ସେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ଆଇସିଆଇସିଆଇ ଲିମିଟେଡରେ ଯୋଗ ଦେଇଥିଲେ। ୧୯୯୩ ରେ ଆଇସିଆଇସିଆଇ ବ୍ୟାଙ୍କ ଗଠନ କରାଯାଇଥିଲା ଏବଂ କୋଚରକୁ ୧୯୯୪ ରେ ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୧ ରେ ଚନ୍ଦା କୋଚରଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପ୍ରଦାନ କରିଥିଲେ I
Comments are closed.