ମାଲକାନଗିରି : ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ମାଲକାନଗିରି କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା I ସେ ନିଜ ଆୟର ୨୩୬ ପ୍ରତିଶତ ସଂପତ୍ତି ଠୁଳ କରିଥିଲେ ।
ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୪୩ ହଜାର ଟଙ୍କା ନଗଦ ସହ ଗୋଟିଏ କାର ଓ ୨ଟି ବାଇକ ବି ଜବତ ହୋଇଥିଲା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଦଶ ହଜାର ସ୍କୋୟାର ଫିଟର ତିନି ମହଲା ବିଲ୍ଡିଂଗ , ଭୁବନେଶ୍ୱର ରଘୁନାଥପୁରରେ 2 bhk ର ଫ୍ଲାଟ,ଜଳେଶ୍ୱର ସହରରେ ୧୪ ଟି ପ୍ଲଟ,ଗୋଟିଏ ହୋଣ୍ଡା ସିଟି କାର, ଦୁଇଟି ବାଇକ ,୧୪ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଥିଲା ।
ସେହିପରି ଭୁବନେଶ୍ୱର ରଘୁନାଥପୁରରେ ଥିବା ଫ୍ଲାଟ, ପୋଖରୀପୁଟରେ ଥିବା ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର, ୮ ଜଣ ଏସଆଇ ସାମିଲ ଥିଲେ।
Comments are closed.