ମୁମ୍ବାଇ: ଡିସେମ୍ବର ୦୧: ବଲିଉଡ୍ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଇଣ୍ଡଷ୍ଟ୍ରୀରେ ଖାସ୍ ପତିଆରା ରହିଛି ଏବଂ ତାଙ୍କର ଫ୍ୟାନ ଫୋଲଅର୍ସଙ୍କ ସଂଖ୍ୟା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଢେର ଅଧିକ ରହିଛି । ନିକଟରେ ବିଜେପି ନେତୃତ୍ୱାଧୀନ ଅରୁଣାଚଳପ୍ରଦେଶ ସରକାର ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି । ଅରୁଣାଚଳପ୍ରଦେଶର ନାମକରଣର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି ।
ଏନେଇ ବଲିଉଡ୍ର ମୁନ୍ନା ଭାଇ ଅରୁଣାଚଳପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଞ୍ଜୟ ଦତ୍ତ ନିଜ ଇନଷ୍ଟାଗ୍ରାମରେ ଅରୁଣାଚଳପ୍ରଦେଶର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଫିଲ୍ମ ପ୍ରଯୋଜକ ରାହୁଲ ମିତ୍ରା ନଜର ଆସୁଛନ୍ତି । ରାହୁଲ ମିତ୍ରାଙ୍କୁ ମଧ୍ୟ ବ୍ରାଣ୍ଡ୍ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏହି ଫଟୋ ସହ କ୍ୟାପସନରେ ସଞ୍ଜୟ ଦତ୍ତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ବିଧାନସଭା ବାଚସ୍ପତି ପାସଙ୍କ ସୋନାଙ୍କ ସହ ସାକ୍ଷାତକାରଙ୍କୁ ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି ।
ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବଲିଉଡ୍ ସେଲିବ୍ରେଟିଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ସଞ୍ଜୟଙ୍କୁ ଶୁଭକାମନା ଜଣାଇଛନ୍ତି । ସେପଟେ ସଞ୍ଜୟଙ୍କ ହାତରେ ଏବେ ଢେରସାରା ପ୍ରୋଜେକଫ । ତାଙ୍କ ଆଗାମୀ ଫିଲ୍ମ ତାଲିକାରେ ପୃଥ୍ୱୀରାଜ, ଶମଶେରା, କେଜିଏଫ୍ ଚାପଫର ୨ ଏବଂ ଦ ଗୁଡ୍ ମହାରାଜ ସାମିଲ ରହିଛି ।
Comments are closed.