ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍‌ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍‌ସ ଲିଙ୍କ

ଏନ୍‌ସିବିର ନାମ ନେଇ ନିଜ ସାଙ୍ଗମାନଙ୍କୁ ଧମକାଉଥିଲେ ଅରୟାନ, ସାଙ୍ଗଠାରୁ ୮୦ ହଜାର ଟଙ୍କାର ଡ୍ରଗ୍‌ସ ମଧ୍ୟ ମଗାଇଥିଲେ ।

ମୁମ୍ବାଇ: ଅକ୍‌ଟୋବର ୨୬: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଅରୟାନଙ୍କ ଡ୍ରଗ୍‌ସ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ବମ୍ବୋ କୋର୍ଟରେ ଜାମିନ ଶୁଣାଣି ଚାଲିଛି । କିନ୍ତୁ ଏହାକୁ ବିରୋଧ କରିଛି ଏନ୍‌ସିବି । ଏନ୍‌ସିବି ସୂଚନା ଅନୁସାରେ ଅରୟାନଙ୍କର ଅନ୍ତର୍ଜାତୀୟ ଡ୍ରଗ୍‌ସ ଡିଲରସ୍‌ଙ୍କ ସହିତ ଲିଙ୍କ୍‌ ରହିଛି । ଯାହା ହ୍ୱାଟସଆପ୍‌ ଚାଟରୁ ପ୍ରମାଣ ମିଳିଛି ବୋଲି ଏନ୍‌ସିବି କହିଛି । ଏହାର ଏବେ ତଦନ୍ତ ଚାଲିଛି ।

ଅନ୍ୟପକ୍ଷେ, ଅରୟାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସଆପ୍‌ ଚାଟର ସ୍କ୍ରିନ୍‌ ସଟ୍‌ ବିଷୟରେ ସୂଚନା ମିଳିଛି । ସୂଚନା ଅନୁସାରେ, ଅରୟାନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ଡଗ୍‌ସ କାରବାର ଏବଂ ଏନ୍‌ସିବି ବିଷୟରେ ଉଲ୍ଲେଖ ରହିଛି । ଅନନ୍ୟାଙ୍କ ୨୦୧୯ର ଏକ ହ୍ୱାଟସଆପ୍‌ ମେସେଜ ରହିଛି ଯେ-ଡ୍ରଗ୍‌ସର ଅଧିକ ଡିମାଣ୍ଡ ରହିଛି । ଡ୍ରଗ୍‌ସକୁ ନେଇ ମୁଁ ଏବେ ବିଜେନେସ କରୁଛି ।

ଏକ ଗ୍ରୁପ୍‌ ଚାଟିଂରେ ଅରୟାନ ଏକ ପ୍ରକାର ଡ୍ରଗ୍‌ସ ‘ଟୁମାରେ’ର ପ୍ରସ୍ତାବ ଦେଇଛନ୍ତି । ଚାଟ୍‌ରେ ଅରୟାନ ଏନ୍‌ସିବିର ନାମ ନେଇ ନିଜ ସାଙ୍ଗମାନଙ୍କୁ ଧମକାଉଥିବା ମଧ୍ୟ ନଜର ଆସିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଅରୟାନ ଅଚିତ କୁମାରଙ୍କ ସହ ବିପୁଳ ପରିମାଣର ଡ୍ରଗ୍‌ସ କିଣିବା ପାଇଁ କହିଛନ୍ତି । ସେ ଅଚିତଙ୍କ ଠାରୁ ୮୦ ହଜାର ଟଙ୍କାର ଡ୍ରଗ୍‌ସ ମଧ୍ୟ ମଗାଇଛନ୍ତି । ଯାହାର ଏନ୍‌ସିବି ଏବେ ତଦନ୍ତ କରୁଛି ।

Comments are closed.