ଆସାମରେ ବନ୍ୟା ଉପରେ ଦାଉ ସାଧୁଛି ଭୂସଖଳନ

ଆସାମ: ଜୁଲାଇ ୦୨: ଆସାମରେ ଥମୁନି ବନ୍ୟା ପରିସ୍ଥିତି । ଗୋଟିଏ ପଟେ ବନ୍ୟା ସାଙ୍ଗକୁ ଅନ୍ୟ ପଟେ ନାହିଁ ନଥିବା ହଇରାଣ କଲାଣି ଭୂସଖଳନ । ଏଥିପାଇଁ ବହୁକ କ୍ଷୟ କ୍ଷତି ଘଟିଛି । ମୋରିଗାଁ ଜିଲ୍ଲାର ପାହାଡ଼ିଆ ଯାହାରେ ଥିବା ଜନବସତିରେ ଭୂସଖଳନ ଯୋଗୁଁ ବହୁ ଘରଦ୍ୱାର ନଷ୍ଟ ହୋଇଛି । ଫଳରେ ଲୋକମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ପ୍ରଭାବିତ ହେଲେଣି । ଗତ ୨୪ ଘଣ୍ଟାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି । ବନ୍ୟା ପ୍ରଭାବରେ ୩୬ ଜଣ ନିଖୋଜ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କଛ ଜିଲ୍ଲା ହେଡକ ୍ୱାର୍ଟର ସହର ଏବେ ବି ଜଳମଗ୍ନ ହୋଇ ରହିଛି । ସେହିପରି କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୨ ଭାଗରେ ବିଭକ୍ତ ହୋଇ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ବନ୍ୟାଞ୍ଚଳରେ ବୁଲି ବୁଲି କ୍ଷୟକ୍ଷତି ଦେଖୁଛନ୍ତି । ଏହାସହ ବନ୍ୟାପ୍ଳାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

Comments are closed.