ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ୱର : ରାତି ଅଧରେ ଅଶାନ୍ତ ହେଉଛି ରାଜଧାନୀ I ଅସାମାଜିକଙ୍କ କବଳରୁ ନିସ୍ତାର ପାଉନାହାନ୍ତି ପୋଲିସ ଅଧିକାରୀ I ପୋଲିସ କୁ ଡରିବା ପରିବର୍ତ୍ତେ ମାରିବାପାଇଁ ଗୋଡ଼ାଉଛନ୍ତି I ଗତକାଲି ଏଇଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ I ଡ୍ୟୁଟି ସାରି ଫେରୁ ଥିବା ବେଳେ ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ପଡି ଯାଇଥିଲେ କିଛି ଅସାମାଜିକଙ୍କ ହାବୁଡ଼ରେ I ଏନେଇ ଶୁଭଶ୍ରୀ ନାୟକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି I

ସୂଚନାନୁସାରେ,ଗତ ୨ ତାରିଖ ରାତିରେ ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଫେରୁଥିବା ବେଳେ ସାଇନ୍ସ ପାର୍କରୁ ପୁଲିସ ରିଜର୍ଭ ବାରାକ ପର୍ଯ୍ୟନ୍ତ ତାଙ୍କୁ ପିଛା କରିଥିଲେ ଦୁର୍ବୁର୍ତ୍ତ I ପୋଲିସ ପୋଷାକ ରେ ଥାଇ ନିଜ କାର ରେ କ୍ୱାର୍ଟରକୁ ଫେରୁଥିବା ସମୟରେ ଦୁର୍ବୃତ ମାନେ ତାଙ୍କୁ ମାରଣାସ୍ତ୍ର ଧରି ଅଟକାଇବାକୁ ଚେଷ୍ଟା କରିଥିଲେ I ସେ ନ ଅଟକିବାରୁ ସାଇନ୍ସ ପାର୍କରୁ ପୁଲିସ ରିଜର୍ଭ ବାରାକ ପର୍ଯ୍ୟନ୍ତ ପିଛା କଲେ । ଏ ନେଇ ଶୁଭଶ୍ରୀ ସହିଦ ନଗର ଥାନାରେ ଏତଲାରେ ଦେଇଛନ୍ତି । ଏହାସହିତ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭ୍ରଶ୍ରୀ । ଏପଟେ ସିସିଟିଭି ଯାଞ୍ଚ ଚାଲିଛି । ପୋଲିସ ତଦନ୍ତ କରୁଛି । ଖୁବଶଘ୍ର ଅପରାଧି ଧରାପଡିବେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Comments are closed.