ଭୁବନେଶ୍ବର: ଭିସୁଟ୍ ଛାତ୍ରଙ୍କ ବିଶୃଙ୍ଖଳିତ ଆଚରଣ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । କ୍ଲାସରେ କମ୍ ଉପସ୍ଥିତି ସହ ବିଭିନ୍ନ ବିଶୃଙ୍ଖଳିତ ଆଚରଣକୁ ନେଇ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା ଜାରି କରାଯାଇଛି । ମେଡାଲ ଏକାଡେମୀ ପୁରାସ୍କାରରୁ ବାଡ଼ ଶହ ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି । ଏପ୍ରିଲ ୧୦ ତାରିଖରେ ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡି ମୃତ୍ୟୁ ବରଣ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ୫ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । କିଛି ଛାତ୍ରଙ୍କ ଗ୍ରେଡ କମାଇ “ଏଫ” କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଙ୍କା ଫାଇନ୍ ହୋଇଛି ।
ସୂଚନାନୁସାରେ,ଏପ୍ରିଲ ୧୦ ତାରିଖରେ ୭ ଜଣ ସାଙ୍ଗ ଏକାଠି ହୋଇ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଅସବାଧାନତା ବଶତଃ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ ପାଣିରେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ ।