ଉତ୍ତରପ୍ରଦେଶ : ନଭେମ୍ବର ୦୩: ଅଯୋଧ୍ୟା ସହରରେ ଆସନ୍ତା କାଲି ମହାଆଡ଼ମ୍ବରରେ ‘ଦୀପୋତ୍ସବ ’ ବା ଦୀପାବଳି ମହୋତ୍ସବ ପାଳନ କରାଯିବ । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହୋତ୍ସବ ଉଦ୍ଘାଟନ କରିବେ । ଏହା ସହିତ ଯୋଗୀ କେତେଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ଏବଂ ଅଯୋଧ୍ୟା ଭିଜନ ଡକୁମେଣ୍ଟ ରିଲିଜ୍ କରିବେ ।
ଦୀପାବଳି ଦିନ ରାମ ଜନ୍ମଭୂମି ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ୧୨ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯିବ । ଏନେଇ ପୂର୍ବରୁ ବ୍ୟାପକ ଆୟୋଜନ ଚାଲିଛି । ‘ରାମ କି କୈଡୀ’ ଘାଟରେ ଦୀପକୁ ସଜାଯାଇଛି । ଏତେ ସଂଖ୍ୟକ ଦୀପ ପ୍ରଜ୍ୱଳିତ ହେଉଥିବାରୁ ଗିନିଜ୍ ବୁକ୍ ଅଫ ୱାଲï ରେକର୍ଡର ସଦସ୍ୟମାନେ ଅଯୋଧ୍ୟାକୁ ଆସିଛନ୍ତି । ଦୀପର ଗଣନା ପରେ ଏହା ବିଶ୍ୱ ରେକର୍ଡରେ ସ୍ଥାନୀ ପାଇବ ।
ଏହି ଖୁସିର ଅବସରରେ ସମଗ୍ର ସହରକୁ ରଙ୍ଗୀନ ଆଲୋକ, ଫୁଲ ଓ ଦୀପରେ ସଜାଇଛି । ସହର ଗଳି ଗଳିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଶ୍ରୀରାମ ଜନ୍ମ ନାଟକ ଚାଲିଛି । ସହର ସାର ନାନା ପ୍ରକାରର ମିଠା ଓ ଖାଦ୍ୟପେୟର ଆସାରା ଚାଲିଛି ।
ଉଦ୍ଘାଟନ ଦିବସରେ ନାଗପୁରର ଲୋକପ୍ରିୟ ୱାତକର୍ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣ କାବ୍ୟର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବେ ଓ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ । ଅନ୍ୟପକ୍ଷରେ, ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ ।
Comments are closed.