ପାଠ ପଢୁଛନ୍ତି ଆୟୁଷ୍ମାନ !

ବଲିଉଡ ଅଭିନେତା ଆୟୁସ୍ମାନ ଖୁରନା ଅଧିକାଂଶ ସମୟରେ ନୂଆ ନୂଆ କଥା ଜାଣି ବାକୁ ଚେଷ୍ଟା କରିଥାନ୍ତି ।  କରୋନା ଭାଇରସ କାରଣରୁ ବର୍ତ୍ତମାନ ସମୟରେ ଆୟୁସ୍ମାନ ରେଡ ଜୋନରେ ଫସି ଯାଇଛନ୍ତି । ଏମିତି ଏକ ସମୟରେ ନିଜକୁ ଶାନ୍ତ ରଖିବା ସହ ନିଜ ଜ୍ଞାନକୁ ବଢାଇବା ପାଇଁ ଆୟୁସ୍ମାନ “ଭାରତର ଇତିହାସ” ବିଷୟରେ ପାଠପଢା ଆରମ୍ଭ କରିବେ ବୋଲି ସ୍ଥିର କରିଛନ୍ତି । ଏଥିପାଇଁ ଏକ ଅନଲାଇନ କୋର୍ସରେ ବି ଆଡ଼ମିଶନ ନେଇ ସାରିଛନ୍ତି ଆୟୁସ୍ମାନ । ଏବାବଦରେ ପଚରା ଯିବାରୁ ନିଜେ ଆୟୁସ୍ମାନ କହିଛନ୍ତିକି, ମୁଁ ସବୁବେଳେ ନିଜକୁ ଅଧିକ ଭଲ କରି ଗଢି ତୋଳିବା ପାଇଁ ଚେଷ୍ଟା କରି ଥାଏ ।

ଆୟୁସ୍ମାନ ଆହୁରି ମଧ୍ୟ କହିଛନ୍ତିକି, ମୁଁ ଭାରତୀୟ ଇତିହାସକୁ ଭଲ ପାଏ । ଏବାବଦରେ ଅଧିକରୁ ଅଧିକ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛି । ଆମ ଇତିହାସ ଖୁବ ଆକର୍ଷକ ଓ ସମୃଦ୍ଧ । 

 

Comments are closed.