ଭୁବନେଶ୍ୱର : ଏଣିକି ଇଂଣ୍ଟିଗ୍ରେଟେଡ଼ ବି.ଏଡ଼ କରିପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ପରେ ପଢ଼ି ପାରିବେ ବିଏଡ୍ ପାଠ୍ୟକ୍ରମ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆସିବ ନୂଆ କୋର୍ସ ITEP (Intigreted teacher education programme) । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ITEP ନାଁରେ ନୂଆ କୋର୍ସ ରହିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି ।
ବର୍ତ୍ତମାନ ସମୟରେ ବିଏଡ୍ ପାଠ୍ୟକ୍ରମ ପାଇଁ +୩ରେ ୫୦% ମାର୍କ ରଖିବା ବାଧ୍ୟତାମୂଳକ ଥିବାବେଳେ ବିଟେକ୍ ଓ ବିଇ ଗ୍ରାଜୁଏଟଙ୍କ ପାଇଁ ୫୫% ନମ୍ବର ରଖିବା ଆବଶ୍ୟକ ଥିଲା । ଅନ୍ୟପକ୍ଷେ ନମ୍ବରକୁ ନେଇ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏବଂ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ବିଏଡ୍ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ହିଁ ବିଏଡ୍ ପଢ଼ା ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଖୁବ ଶୀଘ୍ର ଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।