ମନ୍ତବ୍ୟ ପରେ କ୍ଷମା ମାଗିଲେ ବାବା ରାମଦେବ

ମୁମ୍ବାଇ: ମହିଳାଙ୍କ ପରିଧାନ କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ I ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗକୁ ଲିଖିତ ଚିଠି ପଠାଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସୋମବାର ସକାଳେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚକନକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ରୁପାଲି ଚକନକର କହିଛନ୍ତି ଯେ ଥାଣେରେ ଏକ ଯୋଗ ପ୍ରଶିକ୍ଷଣ ଶିବିରରେ ରେ ବାବା ରାମଦେବ ମହିଳାଙ୍କ ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସୂଚନାନୁସାରେ ମଧ୍ୟାହ୍ନ ସମୟରେ ଯୋଗ ଶିବିରକୁ ଆସିଥିବା ମହିଳାମାନେ ବ୍ୟାଗରେ ଶାଢ଼ୀ ନେଇ ଆସିଥିଲେ, ବାବା କହିଥିଲେ ଆପଣ ମାନେ ଶାଢ଼ୀ ନେଇ ଘରେ ପିନ୍ଧିବେ Iବାବା ରାମଦେବ କହିଥିଲେ-ମହିଳାମାନେ ସାଢୀରେ ବି ସୁନ୍ଦର ଦିଶନ୍ତି ସାଲୱାର ସୁଟରେ ବି ଭଲ ଲାଗନ୍ତି, ମୋ ଭଳି କିଛି ନ ପିନ୍ଧିଲେ ବି ବହୁତ ଭଲ ଲାଗନ୍ତି। ଆଗେ ପିଲାଙ୍କୁ କିଏ ପୋଷାକ ପିନ୍ଧାଉଥିଲେ, ଆଜି ପିଲାଙ୍କୁ ୫ ପରସ୍ତ ପୋଷାକ ପିନ୍ଧାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପତ୍ନୀ ଅମୃତା ଫଡନବୀଶ ମଧ୍ୟ ମହଜୁଦ ଥିଲେ। ବାବାଙ୍କର ଏହି ବିବୃତ୍ତି କୁ ନେଇ ଅସନ୍ତୋଷ ବଢିବା ସହିତ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଥିଲା । ସେହିପରି ଦୁଇ ଦିନ ମଧ୍ୟରେ ଲିଖିତ କ୍ଷମା ମାଗିବାକୁ ମହାରାଷ୍ଟ୍ର ମହିଳା କମିଶନ ବାବା ରାମଦେବଙ୍କୁ ନୋଟିସ ଜାରି କରିଥିଲେ। ଏହା ବାଦ କଂଗ୍ରେସ ଓ ଟିଏମସି ତଥା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ବାବା ରାମଦେବଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଥିଲେ । ରାମଦେବ ମହିଳାଙ୍କୁ ଅପମାନିତ କରିଛନ୍ତି । ସେ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ୱାତୀ ଦାବି କରିଥିଲେ ।

Comments are closed.