ବଲାଙ୍ଗିର,ସେପ୍ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ ସ୍ଥାପନ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ହୋଇଛି । ରାଜ୍ୟର ତତକାଳିନ କୃଷିମନ୍ତ୍ରୀ ମଧ୍ୟ ବଲାଙ୍ଗିର ଗସ୍ତ ସମୟରେ ସରକାର ଏହାକୁ ବିଚାର କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ଜିଲ୍ଲାର ବିଧାୟକଗଣ,ସାଂସଦ ଏନେଇ ସରକାରଙ୍କ ପାଖରେ ଦାବି ମଧ୍ୟ କରିଛନ୍ତି । କି;ୁ ରାଜ୍ୟସରକାର ଜିଲ୍ଲାବାସୀ ତଥା କେବିକେ ଅଞ୍ଚଳବାସୀଙ୍କୁ ନିରାଶ କରିଛନ୍ତି । ଏହା ରାଜ୍ୟସରକାରଙ୍କ ଏକ ଧୂଆଁବାଣ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । କେବଳ କୃଷିବିଶ୍ୱବିଦ୍ୟାଳୟ ନୁହଁ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ନୀରବତା ଜନଅସନ୍ତୋଷ କରିଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ରାଜନେତାଗଣ ଓ ସଂଗଠନଗୁଡିକ ଏନେଇ ସରକାରଙ୍କ ଉପରେ ଚାପସୃଷ୍ଟି କରି ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା କରିବାକୁ ଦାବି ହେଉଛି । ତେବେ ସରକାରଙ୍କ ନୀରବତା ସାଙ୍ଗକୁ ରାଜନୈତିକଦଳମାନଙ୍କର ମଧ୍ୟ ସମୟେ ସମୟେ ନୀରବତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଲାରେ ସମସ୍ତ ଭିତ୍ତିଭୂମୀ ସତେ୍ୱ ସରକାର କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଆଗ୍ରହୀ ହେଉନାହାଁନ୍ତି ବୋଲି ଜଣାପଡ଼ୁଛି । ଏହା ସଂପୂର୍ଣ୍ଣରୂପେ ଆଞ୍ଚଳିକ ବୈଷମ୍ୟର ନିଦର୍ଶନ ବୋଲି ଜିଲ୍ଲାବାସୀ ଅଭିଯୋଗ କରୁଛନ୍ତି । ରାଜ୍ୟ କୃଷି, ମସ୍ୟି ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ୨୧ ମଇ ୨୦୧୫ ମସିହାରେ ଅନୁଷ୍ଠିତ ବୈðଠକର ଆଲୋଚନା ଅନୁଯାୟୀ କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା କୃଷି ଓ ବୈðଷୟିକ ବିଶ୍ୱବିଦ୍ୟାଳୟର ଯୋଜନା, ପର୍ଯ୍ୟାଲୋଚନା ଓ ମୂଲ୍ୟନିର୍ଦ୍ଧାରଣ ନିର୍ଦ୍ଦେଶକ ପ୍ରଫେସର ଏସ୍. କେ. ରାଉତ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି । ଏହି ପ୍ରସ୍ତାବରେ ରାଜ୍ୟର ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ କାର୍ଯ୍ୟାଳୟ ଏବଂ ଉପକୂଳପତିଙ୍କ ସଚିବାଳୟ ଭବାନିପାଟଣାରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ୩ଟି ନୂତନ ମହାବିଦ୍ୟାଳୟର ପ୍ରତିଷ୍ଠା ସହ ଭବାନିପାଟଣାରେ ଥିବା କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆସନ ସଂଖ୍ୟା ୪୮ରୁ ୯୬କୁ ବୃଦ୍ଧି କରିବାକୁ ଉଲ୍ଲେଖ ରହିଛି । ବଲାଙ୍ଗିରରେ ଭେଟେରିନାରି ସାଇନ୍ସ ଏବଂ ଏନିମଲ ହଜବେଣ୍ଡରୀ କଲେଜ, ରାୟଗଡାରେ ଏଗ୍ରିକଲcର ଇଂଜିନିୟରିଂ ଓ ଟେକ୍ନୋଲଜି କଲେଜ ଏବଂ କୋରାପୁଟ ସେମିଲିଗୁଡାରେ ହର୍ଟିକଲcର କଲେଜ ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ରହିବା ସହ ରିଜିଓନାଲ ରିସର୍ଚ୍ଚ ଏଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ -୧, ୨ ଏବଂ ୩ ର ଯଥାକ୍ରମେ ସେମିଲଗୁଡା କୋରାପୁଟ, କାଲିମେଳା ମାଲକାନଗିରି ଏବଂ ଭବାନିପାଟଣାର ନବୀକରଣ ପ୍ରସ୍ତାବ ରିହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ୨ୟ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଚିଠା ଅଧିନିୟମ ୨୦୧୪ ବଳରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ରାଜ୍ୟର ଏକମାତ୍ର କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନର ୫୭ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ୨ୟ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ଉଦାସୀନ ରହି ଏହି ପ୍ରସ୍ତାବକୁ ଶୀତଳ ଭଣ୍ଡାରରେ ପକାଇ ରଖିବା କେତେଦୁର ଯୁକ୍ତିସଂଗତ ବୋଲି ପ୍ରଶ୍ନହେଉଛି । ବଲାଙ୍ଗରରେ ବହୁଦିନରୁ ରାଜେନ୍ଦ୍ରକୃଷିଫାର୍ମ,କୃଷିକର୍ମଚାରୀମାନଙ୍କ ତାଲିମକେନ୍ଦ୍ର,ଦେଓଗାଁରେ ସରକାରୀ ଗୋଟାରୀଫାର୍ମ ଓ ପାଟଣାଗଡ ମୁଦଘାଟରେ ଥିବା କୃଷିଫାର୍ମରେ ବହୁପରିମାଣରେ ଜମି ରହିଛି । ପୁଇଁତଳା ବ୍ଲକ ଅଞ୍ଚଳରେ ମଧ୍ୟ ରାସ୍ତାକଡରେ ଶହଶହ ଏକର ସରକାରୀ ଜମି ପଡିରହିଛି । ସରକାର ଏଠାରେ କୃଷିଗବେଷଣା ପାଇଁ କୌଣସି ମଧ୍ୟ ଅନୁଷ୍ଠାନ କରିପାରିବେ । ଏହା ମଧ୍ୟରେ ରାଜ୍ୟରେ ଜନସଂଖ୍ୟା ବହୁତ ଅଧିକ ବୃଦ୍ଧି ପାଇଥିଲେ ମଧ୍ୟ ଚାଷପୋଯୋଗୀ ଜମି ମୁଣ୍ଡପିଛା ହାରରେ କମି କମି ଯାଉଛି । ରାଜ୍ୟରେ ୬୦ ପ୍ରତିଶତରୁ ଉର୍ଦ୍ଧ ଲୋକ ବର୍ତମାନ ମଧ୍ୟ କୃଷି ଉପରେ ନିର୍ଭରଶୀଳ । କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଲର ଆବଶ୍ୟକତା ରହୁଛି । ତେଣୁ କୃଷିବିଶ୍ୱିଦ୍ୟାଳୟର ଯଥେଷ୍ଟ ଆବଶ୍ୟକତା ରହିଛି । ବଲାଙ୍ଗିର ଜନସାଧାରଣ ରାଜ୍ୟର ପ୍ରସ୍ତାବିତ ୨ୟ କୃଷି ବିଶ୍ୱବିଦ୍ୟାଳୟକୁ ବଲାଙ୍ଗିର ଜିଲ୍ଲାରେ ସ୍ଥାପନ କରିବା ପାଇଁ ଦାବୀ ଉପସ୍ଥାପନ କରିଆସୁଛନ୍ତି । ବଲାଙ୍ଗୀର ଜିଲ୍ଲାର ରାଜନେତାମାନଙ୍କ ସହିତ ଶତାଧିକ ସଂଗଠନ ଅନେକଥର ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେବା,ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ହ୍ୟୁମାନଚେନ କରିବା ଓ ଏପରିକି ବଲାଙ୍ଗୀର ବନ୍ଦ କରାଯାଇ ଆନ୍ଦୋଳନ କରାଯାଇଥିଲା । ରାଜ୍ୟସରକାର ଏହି ପ୍ରସ୍ତାବକୁ କେବଳ ଦିନ ଗଡାଇ ଏହି ଅଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଉଥିବା ଜନସାଧାରଣରେ ଅଭିଯୋଗ ହେଉଛି । ନବୀନ ସରକାରଙ୍କ ପଞ୍ଚମ ପାଳିରେ ପଶ୍ଚିମଓଡିଶାକୁ ଫୋକସ କରାଯାଇ ବିଭିନ୍ନ ପ୍ରକଲ¬ କାମ ଆରମ୍ଭ କରାଯାଉଥିବା ବିଜେଡି କହୁଥିବା ବେଳେ କୃଷିବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ସରକାରଙ୍କ ନୀରବତା ଆଗାମୀ ଦିନରେ ବିଜେଡିକୁ ମହଙ୍ଗା ପଡିବ ବୋଲି ଆକଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଜନସାଧାରଣରେ ଦାବି ହେଉଛି ।
Comments are closed.