ରାସ୍ତା ନିର୍ମାଣ କାମ ବନ୍ଦ କଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

0

ବାଲେଶ୍ୱର : ପୁଣି ଥରେ ଓଡିଶା ସୀମାକୁ ଧସେଇ ପଶିଲା ପଶ୍ଚିମବଙ୍ଗ । ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାରେ ଜୋର ଜବରଦସ୍ତ ପଶି କରୁଛି ରାସ୍ତା ନିର୍ମାଣ । କସବା କମର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶା ସୀମା ଶଗଡ଼ା ସାହିରେ ରାସ୍ତା ତିଆରି କରୁଛି ପଶ୍ଚିମବଙ୍ଗ ସରକାର । ୮ ମାସ ପୂର୍ବେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୦୦ ଫୁଟ ଢଳେଇ ରାସ୍ତା ନିର୍ମାଣ କରିଥିଲେ ଓଡ଼ିଶା ସରକାର । ମାତ୍ର ୧୦ ଦିନ ହେବ ପଶ୍ଚିମବଙ୍ଗ ସରକାର ଜେସିବି ଲଗାଇ ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ତେବେ ବାଲେଶ୍ୱର ପ୍ରଶାସନ ଏହା ଜାଣିବା ପରେ ଏହି ରାସ୍ତା କାମକୁ ତୁରନ୍ତ ବନ୍ଦ କରିଛନ୍ତି ।

Leave A Reply

Your email address will not be published.