ବାଲେଶ୍ୱର: ମାର୍ଚ୍ଚ ୦୩: ଆଗକୁ ଆସୁଛି ପୌର ନିର୍ବାଚନ। ଏଥିପାଇଁ ବାଲେଶ୍ୱର ପୌର ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହା ପୂର୍ବରୁ ଦଳ ଦଳ ମଧ୍ୟରେ ଦଳ ଡିଆଁ ଓ ମିଶ୍ରଣ ପର୍ବ ଦେଖାଗଲାଣି । ଆଜି ବିଜେପି ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବାଲେଶ୍ଵର ମ୍ୟୁନ୍ସିପାଲଟିର ପୂର୍ବତନ ଉପାଧ୍ୟକ୍ଷା ରଶ୍ମିରେଖା ଦେବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ସମେତ ବହୁ ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନହିତକାର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା ପୂର୍ବତନ ଉପାଧ୍ୟକ୍ଷା ରଶ୍ମିରେଖା ଦେବ କହିଛନ୍ତି।
Comments are closed.