ବାଲିଯାତ୍ରା ଓ ରଥଯାତ୍ରାକୁ UNESCO ମାନ୍ୟତା ଦିଗରେ ବଡ଼ ସଫଳତା

0

ଭୁବନେଶ୍ୱର: ବିଶ୍ବରେ ଓଡ଼ିଶାର ସାଂସ୍କୃତିକ ପରିଚୟ ସାଜିଥିବା ରଥଯାତ୍ରା ଓ ବାଲି ଯାତ୍ରାକୁ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମିଳିଛି ସ୍ଥାନ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଏହି ଦୁଇ ମହାନ ପର୍ବ। ଏହାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ଖୁସିର ଲହରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ୍ସରେ ପୋଷ୍ଟ କରି ଖୁସି ପ୍ରକଟ କରିବା ସହ ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କ୍ଷଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆଗକୁ ଏହି ଦୁଇ ପର୍ବକୁ ୟୁନେସ୍କୋର ବିଶ୍ବ ମାନ୍ୟତା ପାଇଁ ବି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ୟ ତାଲିକାଭୁକ୍ତ ହେବା ଅବଶ୍ୟକ। ଏଥିପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ 31 ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକ ସମୟରେ ନାମାଙ୍କନ ପତ୍ର ଦାଖଲ ହୋଇସାରିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Leave A Reply

Your email address will not be published.