କଦଳୀ ଫୁଲରେ ପ୍ରସ୍ତୁତ କରନ୍ତୁ ଏହି ଖାଦ୍ୟ ଜୀବନଚର୍ଯ୍ୟା By Samaya Live On Apr 16, 2020 Share ସମୟ ଲାଇଭ,୧୬/୪: କଖାରୁ ଫୁଲ ଓ ଲିମ୍ବ କଢ଼ରେ ଆପଣ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇଥିବେ। ତେବେ କଦଳୀ ଫୁଲ ବା କଦଳୀ ଭଣ୍ଡାରୁ ପ୍ରସ୍ତୁତ କୌଣସି କେବେ ଖାଦ୍ୟ ଖାଇଛନ୍ତି। କିପରି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ କଦଳୀ ଫୁଲର ତରକାରୀ ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର… କଦଳୀ ଫୁଲ ତରକାରୀ ପାଇଁ ଆବଶ୍ୟକୀୟ ସାମଗ୍ରୀ: କଦଳୀ ଫୁଲ, ଆଳୁ, ବାଇଗଣ, ମୁଗଡ଼ାଲି,ଲୁଣ, ହଳଦୀ,ଲଙ୍କରଗୁଣ୍ଡ, ଅଦାରସୁଣ ବଟା,ଗରମ ମସଲା, ତେଲ, ପିଆଜ ପ୍ରସ୍ତୁତି ପ୍ରଣାଳୀ: କଦଳୀ ଫୁଲ ତରକାରୀ ପ୍ରସ୍ତୁତ କରିବା ପାଇଁ କଦଳୀ ଫୁଲର ଠିକ୍ ଅଂଶ କାଟି ବାହାର କରିବା ହିଁ ଗୁରୁତ୍ୱପୂର୍ଣ୍ଣ। କଦଳୀ ଭଣ୍ଡାର ନାଲି ନାଲି ଚୋପା ବାହାର କରିବା ପରେ ଛୋଟ ଛୋଟ ଧଳା ଫୁଲ ବାହାରିଥାଏ। ତେବେ ଏହି ଫୁଲର ପ୍ରଥମ ୨/୩ଟି ପରସ୍ତ ତରକାରିରେ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଟାଣ ହୋଇଥାଏ। ଏହାପର ପରସ୍ତରେ ଥିବା ଧଳା ଧଳା ଫୁଲ ଭିତରେ ଥିବା କେଶର ଗୁଡ଼ିକ ବାହାର କରି ପାଖୁଡ଼ାଗୁଡ଼ିକୁ ହଳଦୀ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା କଦଳୀ ଫୁଲର କଷା ଅଂଶ କଟିଯାଏ ଓ ଫୁଲ କିମ୍ବା ତରକାରୀ ରଙ୍ଗ କଳା ମଧ୍ୟ ହୁଏ ନାହିଁ। କାଟିଥିବା କଦଳୀଫୁଲକୁ ସିଝାଇ ଏହାର ପାଣି ବାହାର କରିଦିଅନ୍ତୁ। ନଚେତ୍ ତରକାରୀ କଷା ଲାଗିବ। ଏହାପରେ ଏକ କଢ଼େଇରେ ତେଲ ପକାଇ ପିଆଜ ଭାଜନ୍ତୁ। ଏହାପରେ ଅଦାରସୁଣ ବଟା ପକାଇ ମସଲା କଷନ୍ତୁ। ଏହାପରେ ଛୋଟ ଛୋଟ କଟାଯାଇଥିବା ଆଳୁ ବାଇଗଣ ଓ ଭଜା ମୁଗଡ଼ାଲି ପକାଇ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ପକାଇ କଷନ୍ତୁ। ପରିବା ନରମ ହେବା ଯାଏଁ ଅଳ୍ପ ପାଣି ଦେଇ ଘୋଡ଼ାଇଦିଅନ୍ତୁ। ପାଣି ମରିଗଲେ ପୁଣି ଥରେ ସିଝା କଦଳୀଫୁଲ ପକାଇ ଭଲଭାବେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ପାଣି ଦେଇ ଫୁଟିବାକୁ ଛାଡ଼ିଦିଅନ୍ତୁ। ତରକାରୀ ଭଲଭାବରେ ଫୁଟି ଆସିଲେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ଏହାକୁ ପରଟା କିମ୍ବା ଅରୁଆ ଭାତ ସହ ପରଷନ୍ତୁ। Share
Comments are closed.