ସମସ୍ୟାର ସମାଧାନ ନାହିଁ ତ’ ଭୋଟ ନାହିଁ

ବରଗଡ଼ : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଉଠିଥିବା ବେଳେ ଅନେକ ଗ୍ରାମବାସୀ ନିଜ ଗ୍ରାମର ସମାସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ସୂଚନା ଅନୁସାରେ, ବରପାଲି ବ୍ଲକ ଅନ୍ତର୍ଗତ ଗ୍ରାମର ରାସ୍ତା ଗତ ୨୦ ବର୍ଷ ହେଲା ମରାମତି ହୋଇନାହିଁ । ଫଳରେ ଉକ୍ତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଉକ୍ତ ଗ୍ରାମକୁ ବରଗଡ଼ କେନାଲ ଡିଭିଜନ ଅନ୍ତର୍ଗତ କୁମ୍ଭାରୀ-ଭୋଇଟିକ୍ରା ୩ କି.ମି. ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତା ମରାମତି ସରକାରୀ କାଗଜପତ୍ରରେ ରହିଥିବା ବେଳେ ତାହା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଥର ରାସ୍ତା ନାହିଁ ତ ଭୋଟ ନାହିଁ । ଏ ସଂକ୍ରାନ୍ତରେ ଗ୍ରାମ ସଭାରେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ବୋଲି କହିଥିଲେ ।

ଅପରପକ୍ଷରେ ରାସ୍ତା ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ଓ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ବୁଝାଯିବ ବୋଲି ବରଗଡ଼ ଉପଜିଲ୍ଲାପାଳ ସୁଭେନ୍ଦୁ ସାମଲ କହିଛନ୍ତି । ସେହିପରି ଭଟଲି ବ୍ଲକ ଅନ୍ତର୍ଗତ ଷିପାଲି ଏବଂ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମରୁ ସ୍କୁଲ ଉଚ୍ଛେଦକୁ ବିରୋଧ କରି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ।

Comments are closed.