ବର୍ଷାଙ୍କୁ ଭରଣ ପୋଷଣ ଦେବେନି ଅନୁଭବ

0

କଟକ:ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ବର୍ଷାଙ୍କୁ ଭରଣପୋଷଣ ଦେବେନି ଅନୁଭବ।  ଘରୋଇ ହିଂସା ମାମଲାରେ ଶୁଣାଣି କରି ରାୟ ଦେଇଛନ୍ତି କଟକ ଜେଏମ୍‌ଏଫ୍‌ସି କୋର୍ଟ। ଅଦାଲତରେ ଅଭିଯୋଗ ସମ୍ପର୍କିତ ପ୍ରମାଣ ଦେଇ ପାରିନାହାଁନ୍ତି ବର୍ଷା। ଫଳରେ କୋର୍ଟ ଅନୁଭବଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। 
ସୂଚନାଥାଉକି, ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।
ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମୋକଦ୍ଦମା ରୁଜୁ କରିଥିଲେ ।

Leave A Reply

Your email address will not be published.