ଦିଲ୍ଲୀ: ନଭେମ୍ବର ୧୭: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ରଖାଯାଇଥିବା ଖବର ରହିଛି । ଅନିଲ ୯ ବର୍ଷ ଧରି ଏହି ଦାୟିତ୍ୱରେ ରହିଥିଲେ । ତିନି ବର୍ଷିଆ ଟର୍ମରେ ସେ ତିନି ଥର ଅଧ୍ୟକ୍ଷ ହୋଇଥିଲେ ।
ସୌରଭ ୧୯୯୬ରେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆରେ ଅଧିନାୟକ ହୋଇଥିଲେ । ଆଉ ଗାଙ୍ଗୁଲି ଅଧିନାୟକତ୍ୱରେ ବିଦେଶରେ ସିରିଜ ଜିତିବା ଶିଖିଥିଲା ଟିମ୍ ଇଣ୍ଡିଆ । ୨୦୦୩ ବିଶ୍ୱକପରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ମୁକାବିଲା ଖେଳିଥିଲା ଟିମ୍ ଇଣ୍ଡିଆ । ଏବେ ଗାଙ୍ଗୁଲି ବିଶ୍ୱର ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ସଭାପତି ରହିଛନ୍ତି ।
Comments are closed.