ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ ,ଗ୍ରେଡ ଏ+ରେ ଚାରି ଖେଳାଳି
ଇଶାନ କିଷନ ଏବଂ ଶ୍ରେୟସ ଆୟାର ତାଲିକାରେ ସାମିଲ
ନୂଆଦିଲ୍ଲୀ : ବିସିସିଆଇ ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ । ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି ବିସିସିଆଇ । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଥିବାବେଳେ ଇଶାନ କିଷନ ଏବଂ ଶ୍ରେୟସ ଆୟାରଙ୍କୁ ତାଲିକାରେ ସାମିଲ କରାଯାଇଛି । ଗତ ବର୍ଷ ଏହି ଦୁଇ ଖେଳାଳିଙ୍କୁ ଚୁକ୍ତି ତାଲିକାରୁ ବାହାର କରି ଦିଆଯାଇଥିଲା ତେବେ ଶ୍ରେୟସ ଗ୍ରେଡ ବି’ ରେ ସାମିଲ ହୋଇଥିବା ବେଳେ ଗ୍ରେଡ ସି’ ରେ ସାମିଲ ହୋଇଛନ୍ତି ଈଶାନ କିଶନ ।
ଗ୍ରେଡ ଏ+ – ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା ରହିଛନ୍ତି ।
ଗ୍ରେଡ ଏ – ମହମ୍ମଦ ସିରାଜ, କେଏଲ ରାହୁଲ, ଶୁବମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରିଷଭ ପନ୍ତ।
ଗ୍ରେଡ ବି – ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସୱାଲ ଏବଂ ଶ୍ରେୟସ ଆୟର ଏବଂ
ଗ୍ରେଡ ସି – ରିଙ୍କୁ ସିଂ, ତିଲକ ବର୍ମା, ଋତୁରାତ ଗାୟକୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଂଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଈଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।
Comments are closed.