ଟାଟୁ ବର୍ତ୍ତମାନ ଫ୍ୟାଶନର ଯେପରି ଏକ ଅଂଶ ଭାବେ ଉଭା ହୋଇଛି । ଯାହାଫଳରେ ଅନେକ ଯୁବପିଢି ଟାଟୁ କରୁଥିବାର ଦେଖିବାକୁ ମିଳୁଛି । ସବୁ ବର୍ଗର ଲୋକ ବିଭିନ୍ନ ପ୍ରକାରର ଟାଟୁ ନିଜ ଶରୀରରେ ଆଙ୍କୁଛନ୍ତି । ତେବେ ଟାଟୁ କରିବା ସମୟରେ ଯେପରି ସତର୍କତାର ଆବଶ୍ୟକତା ରହିଛି ଏହାକୁ ଆଙ୍କିବା ପରେ ମଧ୍ୟ କିଛି ଯନି ନେବା ଦରକାର ଅଛି । ହେଲେ ନିକଟରେ ମିଳିଥିବା ତଥ୍ୟ ଅନୁସାରେ ଟାଟୁ ଆମ ଶରୀର ପାଇଁ କ୍ଷତିକାରକ । ବିଏମ୍ସି ପବ୍ଲିକ୍ ହେଲ୍ଥରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଟାଟୁ ଆମ ଶରୀର ପାଇଁ ଭଲ ନୁହେଁ । ଯେତେ ବଡ ଆକାରର ଟାଟୁ କ୍ୟାନ୍ସର ହେବାର ଆଶଙ୍କା ସେତେ ଅଧିକ ବୋଲି ଏହି ରିପୋର୍ଟରେ ଦର୍ଶା ଯାଇଛି । ଏହି ତଥ୍ୟ ଏକ ବଡ ଧରଣର ପରୀକ୍ଷାରୁ ମିଳିଥିବା ଏଥିରେ ଉଲ୍ଲେଖ ରହିଛି । ରିପୋର୍ଟ ଅନୁସାରେ ଏହି ଗବେଷଣା ପାଇଁ ଦୁଇହଜାର ଲୋକଙ୍କୁ ଏକାଠି କରାଯାଇଥିଲା, ଯେଉଁଥିରେ କିଛି ଲୋକ ଟାଟୁ କରିଥିବା ବେଳେ କିଛି ଟାଟୁ କରି ନଥିଲେ । ତେବେ ଦେଖିବାକୁ ମିଳିଥିଲା ଯେଉଁମାନେ ଟାଟୁ କରିଥିଲେ ସେମାନଙ୍କ ନିକଟରେ ଅନ୍ୟ ମାନଙ୍କ ଠାରୁ ୬୨ ପ୍ରତଶତ ଅଧିକ କ୍ୟାନ୍ସର ହେବାର ସମ୍ଭାବନା ରହିଥିଲା । ଯାହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଟାଟୁ ଥିବା ଲୋକଙ୍କ ନିକଟରେ ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ କରାଯାଇଛି । ଏହାଛଡା ଅନ୍ୟ କିଛି କ୍ୟାନ୍ସର ହେବାର ସମ୍ଭାବନା ଥିବା ଏହି ଗବେଷଣାରୁ ଜଣା ପଡିଛି । ତେବେ ଏନେଇ ଆହୁରି ଗବେଷଣା ଚାଲୁ ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।